ନକ୍ସଲଙ୍କ ଜାଲରେ ପଡ଼ିଗଲେ ମହିଳା, ଆହତ ଅବସ୍ଥାରେ ଉଠାଇନେଲେ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନକ୍ସଲ ଖୋଳିଥିବା ଗାତରେ ପଡ଼ି ଜଣେ ମହିଳା ଆହତ ହୋଇଛନ୍ତି। ‌େତବେ, ଘଟଣାଟା ଠିକ୍‌ ସେଇୟା ନୁହେଁ। ଖବର ଲେଖା ହେଲାବେଳକୁ ନକ୍ସଲମାନେ ଏହି ମହିଳାଙ୍କୁ ଛାଡ଼ି ନାହାନ୍ତି ଏବଂ ପୁଲିସ୍‌ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଏହି ମହିଳା କୌଣସି ଏକ କାମ ସାରି ଘରକୁ ଫେରୁଥିଲେ। ଅରନପୁର ଥାନା ଅନ୍ତର୍ଗତ ଆରେବ ଏବଂ ନିଲାବାୟା ଜଙ୍ଗଲରେ ଫେରୁଥିବା ବେଳେ ନକ୍ସଲ ଦ୍ବାରା ଖୋଳାଯାଇଥିବା ଗାତରେ ପଡ଼ି ଯାଇଥିଲେ। ପଡ଼ିଯିବା ଦ୍ବାରା ସେ ଗୁରୁତର ଆହତ ହୋଇଥିଲେ। ଏସପି ଅଭିଷେକ ପଲ୍ଲବଙ୍କ କହିବା ଅନୁଯାୟୀ, ସୁରକ୍ଷା ଯବାନ୍‌ଙ୍କୁ ଟାର୍ଗେଟ କରି ନକ୍ସଲ ଗାତ ଖୋଳିବା ସହିତ ସେଥିରେ ଲୁହାକଣ୍ଟା ପୋତିଥିଲେ। ଫ‌ଳରେ, ମହିଳା ଜଣକ ଗାତରେ ପଡିଯିବା ଏବଂ ଗୋଡ଼ରେ ଲୁହା କଣ୍ଟା ଗଳିଯିବା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରେ, ଆହତ ମହିଳାଙ୍କୁ ନକ୍ସଲ ଜଙ୍ଗଲ ଭିତରକୁ ନେଇ ଯାଇଥିବା ଏସ୍‌ପି ପଲ୍ଲବ କହିଛନ୍ତି।

ସମ୍ବନ୍ଧିତ ଖବର