ଦଶରଥପୁରରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ, ବେପାରୀକୁ ପୁଲିସ ଜିମା ଦେଲେ ମହିଳା

ଦଶରଥପୁର : ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅଞ୍ଚଳରେ ବଢୁଛି ଚୋରା ମଦ କାରବାର। ଅଭିଯୋଗ ହେଲେ ପୁଲିସ କିମ୍ବା ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଏହାକୁ ବିଭିନ୍ନ ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛ। ଅଞ୍ଚଳକୁ ମଦମୁକ୍ତ କରିବାକୁ ମହିଳାମାନେ ଶପଥ ନେଇଛନ୍ତି। ଆଜି ମହିଳାମାନେ ଜଣେ ମଦ ବେପାରୀଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି।

ଜାଫରପୁର ପଞ୍ଚାୟତ ବାଲିସାହି ଗ୍ରାମରେ ରାମନାଥ ମହାପାତ୍ର ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଚୋରାରେ ମଦ କାରବାର କରିଆସୁଥିଲେ। ଆଜି ଅପରାହ୍‌ଣରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଚଢ଼ଉ କରି ଘରେ ଏକ ବ୍ୟାଗରେ ଥିବା ମଦ ବୋତଲ ଜବତ କରିବା ସହ ବାଡ଼ି ପୋଖରୀରେ ମଦସବୁ ଫିଙ୍ଗି ଦେଇଥିଲେ। ଏହି ଘର ପଛପଟେ ହଜାର ହଜାର ଖାଲି ମଦ ବୋତଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ମହିଳାମାନେ ସଂପୃକ୍ତ ବେପାରୀଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। ମଙ୍ଗଳପୁର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହାପରେ ଚାଉଳିଆ ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା। ପଞ୍ଚାୟତକୁ ସଂପୂର୍ଣ୍ଣ ମଦମୁକ୍ତ କରିବାକୁ ମତ ପ୍ରକାଶ ପାଇଥିଲା। ମଦ ବନ୍ଦ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ସୋମବାର ଦିନ ଥାନା ଘେରାଉ କରାଯିବ ବୋଲି ସଭାପତି ସସ୍ମିତା ଜେନା, ସଂପାଦକ ଝୁନୁରାଣୀ, ଉପସଭାପତି ମଂଜୁଲତା ଦାସ, ଯୁଗ୍ମ ସଂପାଦିକା ରୀନାରାଣୀ ଦାସ, ଲକ୍ଷ୍ମୀପ୍ରିୟା ଦାସ, ରଶ୍ମିତା ଦାସ, ବାସନ୍ତୀଲତା ଦାସ, ସୁକାନ୍ତି ଯେନା ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର