ଯୁବତୀଙ୍କ ଆତ୍ମହତ୍ୟା ସନ୍ଦେହ, ବାପା ଆଣିଲେ ହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ରୁରାଲ ଥାନା ବଣିଆ ଗାଁରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁଜାତା ନାୟକ। ତେବେ ତାଙ୍କ ପିତା ଦିଲ୍ଲୀପ ନାୟକ ତାଙ୍କ ଝିଅକୁ ନିର୍ଯ୍ୟାତନା ଦେଇ ମାରି ଦିଆଯାଇଛି ବୋଲି ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଭଦ୍ରକ ରୁରାଲ ଥାନା ଅର୍ଣ୍ଣପାଳ ରାଜମୁକୁନ୍ଦପୁର ଗାଁର ଦିଲ୍ଲୀପ ନାୟକଙ୍କ ଝିଅ ସୁଜାତାଙ୍କ ୨୦୨୦ରେ ବଣିଆ ଗାଁର ମହେଶ୍ବର ଜେନାଙ୍କ ପୁଅ ଅନନ୍ତଙ୍କ ସହିତ ବାହାଘର ହୋଇଥିଲା। ତେବେ ମଙ୍ଗଳବାର ସୁଜାତା  ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ଓ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଛି ବୋଲି ଅନନ୍ତଙ୍କ ପରିବାର ତରଫରୁ ଦିଲ୍ଲୀପଙ୍କ ପରିବାରକୁ ଖବର ଦିଆଯାଇଥିଲା। ଦିଲ୍ଲୀପ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଓ ପରିବାର ମେଡିକାଲରେ ପହଞ୍ଚିଥିଲେ। ପୂର୍ବରୁ ସୁଜାତାଙ୍କ ଉପରେ ନିର୍ଯ୍ୟାତନା ହେଉଥିବାରୁ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି ବୋଲି ଦିଲ୍ଲୀପ ସାବରଙ୍ଗ ଥାନାରେ ଏକ ଏତଲା ଦେଇଥିଲେ। ତାଙ୍କ ଝିଅକୁ କିଭଳି ନିର୍ଯ୍ୟାତନା ଦିଆଯାଉଥିଲା ତାହାର ଫୋନ ରେକର୍ଡିଂ ପୁଲିସକୁ ଶୁଣାଇଥିଲେ। ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର