ହୋଲିରେ ମିଳିଲା ଖୁସି ଖବର: ନିଖୋଜ ଓଡ଼ିଆ ଯୁବକ ୧୭ ମାସ ପରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର

ବାରଙ୍ଗ: ହୋଲିରେ ମିଳିଲା ଖୁସି ଖବର। ନିଖୋଜ ହେବାର ୧୭ ମାସ ପରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ରତାଗଡ ଲେଙ୍କାସାହିର ନିଖୋଜ ସୋମନାଥ ରାଉଳ(୨୯) ତେଲେଙ୍ଗାନାର ବିଜୟୱାଡାରୁ ଉଦ୍ଧାର ହୋଇ ଥିବା ଖବାର ମିଳିଛି। ସେଠାରେ ପୁଲିସ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସୋମନାଥକୁ ଫସି ରହିଥିବା ପିଚୁ ଡ୍ରମକୁ କାଟି ଉଦ୍ଧାର କରାଯାଇଛି। ସୂଚ଼ନା ପାଇ ଫେରିବା ବାଟକୁ ଚାହିଁ ବସିଥିବା ପରିବାର ତେଲେଙ୍ଗାନା ଗସ୍ତ କରିଛନ୍ତି।

ସୋମନାଥଙ୍କ ବଡଭାଇ କାଳିଆ ରାଉଳଙ୍କ ମଞ୍ଚେଶ୍ବରରେ ନିଖୋଜ ହୋଇଥିବା ନେ ଅଭିଯୋଗ କରିଥିଲେ। ସୋମନାଥ ମଞ୍ଚେଶ୍ଵରରେ କାଳିଆ ପାଖରେ ରହି ଘୁଷୁରି ଜଗାରଖା କାମ କରୁଥିଲେ। ୧୭ ମାସ ତଳେ ନିଖୋଜ ହୋଇଥିଲେ। ପନ୍ଦର ଦିନ ପର୍ଯ୍ୟନ୍ତ ବହୁ ଖୋଜା ଖୋଜି ଓ ପଚରାଉଚରା ପରେ ବି ତାଙ୍କର କିଛି ସନ୍ଧାନ ମିଳି ନଥିଲା। ଶେଷରେ ବାଧ୍ୟ ହୋଇ ବାରଙ୍ଗ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ସେଠାରେ ପୁଲିସ ତାଙ୍କୁ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ନିଖୋଜ ହୋଇ ଥିବାରୁ ମଞ୍ଚେଶ୍ବର ଥାନାକୁ ଯିବାକୁ କହିଥିଲା। ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବାରୁ ପୁଲିସ ନିରୁଦ୍ଧିଷ୍ଟ ଥିବା ନେଇ ମକଦ୍ଦମା ରୁଜ୍ କରି ଅନୁଶନ୍ଧାନ କରିଥିଲେ।

ପୁଲିସ ଦୁଇ ଜଣ ସନ୍ଧିଗ୍ଧଙ୍କୁ ମଞ୍ଚେଶ୍ବର ଥାନାକୁ ଆଣି ଜେରା କରି ଛାଡ଼ି ଦେଇଥିଲା। ଜଣଙ୍କର ମୋବାଇଲ ଫୋନ୍ ରଖି ଜେରା ମଧ୍ୟ କରିଥିଲା। ହେଲେ ନିଖୋଜ ସୋମନାଥର କିଛି ସୂଚନା ମିଳି ନଥିଲା। ପରିବାର ଏକ ପ୍ରକାର ଆଶା ଛାଡି ଦେଇଥିଲେ। ସେ ଆଉ ମିଳିବ ନାହିଁ ଭାବି ପରିବାର ଦ୍ବନ୍ଦ ଭିତରେ ରହିଥିଲେ। ନିକଟରେ ହଠାତ ମୋବାଇଲରେ ୟୁଟ୍ୟୁବ୍ ଚାନେଲର ଏକ ଭିଡିଓ ଆସିଥିଲା ଜଣେ ଯୁବକ ଏକ ପିଚୁଡ୍ରମ୍ ଭିତରେ ପସି ରହିଛନ୍ତି। କେହି ତାଙ୍କୁ ଉଦ୍ଧାର କରିବା ଲାଗି ଗୁହାରି କରୁଛି। ଭିଡିଓଟି ଦେଖିବା କ୍ଷଣି ଯୁବକ ଜଣକ ତାଙ୍କ ନିଖୋଜ ଭାଇ ସୋମନାଥର ବୋଲି ଜାଣିବାକୁ ପାଇଥିଲେ। ତାଙ୍କ ନିଖୋଜ ଭାଇର ଭିଡିଓ ୟୁଟ୍ୟୁବରେ ଘୁରି ବୁଲୁଥିବା ମଞ୍ଚେଶ୍ବର ଥାନାକୁ ଯାଇ ପୁଲିସକୁ ସୂଚନା ଦେଇ ଫେରାଇ ଆଣିବାକୁ ଗୁଆରି କରିଥିଲେ। ସେଠାରୁ ପୁଲିସ୍ ମୋବାଇଲର ୟୁଟ୍ୟୁବ୍ ଚାନେଲ ଲିଙ୍କ୍ ଓଭିଡିଓକୁ ଦେଖିବା ପରେ କେସ୍ ଟିକୁ ଭୁବନେଶ୍ବର ସାଇବର ଅପରାଧ ଥାନାକୁ ପଠାଇ ଥିଲା।

ସମ୍ବନ୍ଧିତ ଖବର