ନାବାଳିକାକୁ ଅସଦାଚରଣ ମହଙ୍ଗା ପଡ଼ିଲା, ଜେଲ ଗଲା ଯୁବକ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ସ୍ଥାନୀୟ ଭିଙ୍ଗାରପୁର ଅଞ୍ଚଳରେ ଘଟିଥିବା ଜଣେ ୯ ବର୍ଷର ନାବାଳିକମାଙ୍କୁ ଅସଦାଚରଣ ମାମଲାରେ ଆଜି ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପାଇକ ସାହିର ରଜନୀକାନ୍ତ ରାଉତ ଓରଫ ଆକାଶ (୧୮)। ଆକାଶ ବିରୋଧରେ ମାମଲା ନଂ ୩୭୮/୨୧ରେ ୩୭୬ ପୋକସୋ ଦଫାରେ ସଂଙ୍ଗୀନ ମାମଲା ରୁଜୁ ହୋଇଛି। ତେବେ କୋର୍ଟରେ ଆକାଶର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାଅନୁସାରେ ଦୀପାବଳୀ ଅମାବାସ୍ୟା ସଂଧ୍ୟାରେ ଏଭଳି ଅଘଟଣ ଘଟିଥିଲା। ପରିବାର ସବୁ ସଦସ୍ୟ ବାଣ ଫୁଟାଇ ଖୁସି ମନାଉଥିଲେ। ଏହାର ସୁଯୋଗ ନେଇ ସଂପର୍କୀୟ ଭାଇ ଆକାଶ ନାବାଳିକାଙ୍କୁ ଫୁସୁଲାଇ ତା’ ପ୍ରତି ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଘଟଣା ପରେ ଆକାଶ ବିରୋଧରେ ଉକ୍ତ ଦଫାରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ହେଲେ ପୁଲିସ ତାକୁ ଗିରଫ କରିପାରି ନଥିଲା। ହେଲେ ଆଜି ଆକାଶକୁ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଥିଲା। 

ସମ୍ବନ୍ଧିତ ଖବର