ସମ୍ବଲପୁର : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ସମ୍ବଲପୁର : ଶାସନ ଥାନା ଅଞ୍ଚଳରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ଯୁବକ(୨୮) ଅନ୍ୟ ଜଣଙ୍କୁ ବିବାହ ପାଇଁ ଉଦ୍ୟମ ଚଳାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଯୁବତୀ(୨୭)ଙ୍କର ଡାକ୍ତରୀମାଇନା ମଧ୍ୟ କରାଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଉକ୍ତ ଯୁବକ-ଯୁବତୀ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କରେ ରହିଥିଲେ। ତେବେ କିଛି ମାସ ହେବ ଉକ୍ତ ଯୁବତୀଙ୍କୁ ଦୂରେଇ ଦେଇ ଯୁବକଜଣଙ୍କ ଅନ୍ୟତ୍ର ବିବାହ ପାଇଁ ସ୍ଥିର କରିଛନ୍ତି। ଗତ ମାସରେ ମଧ୍ୟ ଯୁବକଜଣଙ୍କ ବିବାହ ପାଇଁ ଉଦ୍ୟମ କରିବା ସମୟରେ ପୀଡ଼ିତା ଯୁବତୀ ଝିଅ ଘରକୁ ଯାଇ କହିବା ସହ ବିବାହ ବନ୍ଦ କରାଇଥିଲେ। ଏବେ ପୁଣିଥରେ ଉକ୍ତ ଯୁବକ ବିବାହ ପାଇଁ ଯୋଜନା ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର