ସ୍କୁଲ ପଛପଟୁ ଯୁବକଙ୍କ ଶବ ଉଦ୍ଧାର

ନୂଆପଡା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଧରମବନ୍ଧା ଗ୍ରାମର ଏକ ଘରୋଇ ସ୍କୁଲ ପଛ ପଟେ ଆଜି ସକାଳୁ ଏକ ଶବ ଉଦ୍ଧାର ହୋଇଛି। ସୂଚନା ପାଇବା ପରେ ଧରମବନ୍ଧା ଥାନା ଅଧିକାରୀ ଦିଲ୍ଲୀପ ଲାକ୍ରା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ଶବଟି ଧରମବନ୍ଧା ଗାଁର କିଶୋର ସାହୁ (୨୫)ଙ୍କ ବୋଲି ଜଣାପଡ଼ିଛି। ତାଙ୍କ ଗଳାର ପଛ ପଟେ କଟା ଦାଗ ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କିଶୋର ନୂଆପଡା ସ୍ଥିତ ଏକ ଏନଜିଓରେ ଆକାଉଣ୍ଟ ବିଭାଗରେ କାମ କରୁଥିଲେ। ତେବେ ଶବ ଉଦ୍ଧାର ହେବା ପରେ ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଧରମବନ୍ଧା ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର