ବଡ଼ସାହି ବ୍ଲକ ଅଧ୍ୟକ୍ଷା ଭାବେ ମାଣତ୍ରି ସମିତି ସଭ୍ୟା ମିନତୀ ସିଂ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅଧ୍ୟକ୍ଷା ଭାବେ ମାଣତ୍ରି ସମିତି ସଭ୍ୟା ମିନତୀ ସିଂ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେ ନିଜ ପଞ୍ଚାୟତରୁ ୧୩୧୯ ଭୋଟ୍ ପାଇ ସମିତି ସଭ୍ୟା ଭାବେ ବିଜୟୀ ହୋଇଥିଲେ। ନବ ନିର୍ବାଚିତ ଅଧ୍ୟକ୍ଷା ବିଜେଡିର ପୂର୍ଣ୍ଣ ସମର୍ଥନ ସହିତ ଦଳୀୟ ନେତୃତ୍ୱ ମଧ୍ୟରେ ସରୋଜ ଦାଶ,ପ୍ରକାଶ ଦାସ, ରଣଜିତ ପାତ୍ର, ତପନ ପତିଙ୍କ ନେତୃତ୍ୱରେ ସେ ଏକମାତ୍ର ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଘୋଷଣା କରାଯାଇଛି। ଆଜିର ନିର୍ବାଚନକୁ ଶୁଳିଆପଦା ବ୍ଲକର ବିଡ଼ିଓ ପରୀକ୍ଷିତ ଜେନା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର