ନିଜକୁ ଫିଟ୍‌  ରଖିବାକୁ ଚାହୁଁଛନ୍ତି ତ , କରନ୍ତୁ ଏହି କାମ 

ଆମେ ବିଶ୍ୱାସ କରୁ ଯେ  ନିଜର ସ୍ୱାସ୍ଥ୍ୟ  ନିଜ ହାତରେ ।  ଆମେ  ସୁସ୍ୱାସ୍ଥ୍ୟ  ସହିତ  ନିଜକୁ ଫିଟ୍‌  ରଖିବା ପାଇଁ  କେତେକ ସ୍ୱତନ୍ତ୍ର ଅଭ୍ୟାସ  ପ୍ରତି ଧ୍ୟାନ ଦେବାକୁ ପଡିବ ।  ଏସବୁ  ଦିଗ ପ୍ରତି  ଉପଯୁକ୍ତ  ଧ୍ୟାନ  ଦିଆଗଲେ,  ଆପଣ ନିଜକୁ  ଫିଟ୍‌  ରଖିପାରିବେ ଓ ସୁଖମୟ  ଜୀବନଶୈଳୀକୁ  ଆପଣାଇ ପାରିବେ ।

ସଂପୂର୍ଣ୍ଣ ନିଦ୍ରା ଯାଆନ୍ତୁ –  ଶରୀର ଉପରେ ନିଦ୍ରାର ଯଥେଷ୍ଟ  ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା  ଆବଶ୍ୟକତାଠୁଁ  କମ୍‌ ଶୋଇଲେ  ଏହାର ପ୍ରଭାବ  ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ  ଶକ୍ତି ଉପରେ  ପଡ଼ିଥାଏ । ସଂପୂର୍ଣ୍ଣ ମାତ୍ରାରେ  ନିଦ୍ରା ଗଲେ,  ଆପଣଙ୍କ  ଶରୀରରେ  ନୂତନ ଶକ୍ତିର ସଞ୍ଚାର  ହୋଇ ଥାଏ ।  ଏଣୁ ପ୍ରତ୍ୟହ  ସୁନିଦ୍ରା  ଯାଆନ୍ତୁ ।

photo-youtube

ବ୍ୟାୟାମ କରନ୍ତୁ – ମନେ ରଖନ୍ତୁ  ଫିଟ୍‌ ଓ ସୁସ୍ଥ  ରହିବା ଲାଗି ବ୍ୟାୟାମର  ପ୍ରମୁଖ  ଭୂମିକା  ରହିଛି । ଏଣୁ ପ୍ରତିଦିନ  ଅତିକମ୍‌ରେ  ୨୦ ମିନିଟ୍‌ର ବ୍ୟାୟାମ ଅଭ୍ୟାସ କରନ୍ତୁ । ତା’ନହେଲେ  ୨୦ ମିନିଟ୍‌  ଚାଲନ୍ତୁ ।  ଏହା ଦ୍ୱାରା ଶରୀର ଫିଟ୍‌ ରହିବ ।  ଏପରି କଲେ   ମନ ସ୍ଫୁର୍ତ୍ତି ରହିବ ।

ପେଟପୁରା ଖାଆନ୍ତୁ ନାହିଁ – ଅନେକ ଲୋକ  ପେଟପୁରା ଖାଇବାରେ  ଅଭ୍ୟସ୍ତ ।  କାରଣ  ସେମାନେ  ଭାବନ୍ତି ଯେଏପରି ଖାଇଲେ  ଦେହ ଭଲ  ରହିବ ।  କିନ୍ତୁ ପ୍ରକୃତରେ ତାହା ଠିକ୍‌ ନୁହେଁ ।  ମନେ ରଖନ୍ତୁ କେବେ ବି ପେଟଭର୍ତ୍ତି କରି ଖାଆନ୍ତୁ ନାହିଁ ।  ପେଟରେ ସବୁବେଳେ କିଛି ଖାଲି ଜାଗା ରଖନ୍ତୁ ।

ସକାଳ ଜଳଖିଆ ଜରୁରୀ – ସକାଳ ଜଳଖିଆ  ଖାଇବାକୁ କେବେ  ବି ଭୁଲନ୍ତୁ ନାହିଁ । ଯଦି ଟୋଷ୍ଟ,ପରଟା ବା ରୁଟି ଖାଇବାକୁ  ଚାହୁଁଛନ୍ତି ଭଲ, କିନ୍ତୁ ଫଳରସ ବା ଗାଜର, ଟମାଟୋ ଜୁସ୍‌   ସେବନ କରନ୍ତୁ । ତେବେ  ବ୍ରେକ୍‌ଫାଷ୍ଟ ନ ନେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଏକଥା ମନେ ରଖନ୍ତୁ ।  ଏଣୁ  ସକାଳ ଜଳଖିଆ ଜରୁରୀ ବୋଲି ଧରିବାକୁ ପଡିବ ।

ସମ୍ବନ୍ଧିତ ଖବର