ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କର ଆତ୍ମୀୟ ସ୍ୱଜନ ଓ ନିକଟ ସଂପର୍କୀୟ ମାନେ, ଶ୍ରୀଦେବୀ ଯେ ଏତେ ଶୀଘ୍ର ଆଖି ବୁଜିବେ ଏବଂ ହୃଦଘାତରେ ତାଙ୍କର ମତ୍ୟୁ ହେବ ଏଭଳି କେହି ଆଶଙ୍କା କରୁ ନ ଥିଲେ ବି କେତେଜଣ ନିକଟ ସଂପର୍କୀୟ ଏଭଳି ସମ୍ଭାବନା ଦେଖୁଥିଲେ ବୋଲି କୁହାଯାଉଛି ।
କୁହାଯାଉଛି ଯେ ଶ୍ରୀଦେବୀ ନିଜର ବୟସ କମ୍ ଦେଖାଇବା ଲାଗି ଆଣ୍ଟି ଏଜିଂ ମେଡିସିନ୍ ସେବନ କରୁଥିଲେ । ସାଉଥ୍ କାଲିଫର୍ଣ୍ଣିଆର ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ସେ ନିୟମିତ ପରାମର୍ଶ କରି ଏହି ଔଷଧ ସେବନ କରୁଥିଲେ । ଏହି ଔଷଧ ସେବନ ଫଳରେ ଶ୍ରୀଦେବୀଙ୍କର ରକ୍ତ ଗାଢ ହୋଇ ଯାଉଥିଲା । ଏହାର କୁପ୍ରଭାବରେ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହେଉଛି । ଆଉ କେତେକ ମିଡିଆ ରିପୋର୍ଟରେ କୁହାଯାଉଛି ଯେ ଳିପ୍ ସର୍ଜରୀ ଯୋଗୁଁ ତାଙ୍କର ପ୍ରାଣହାନି ଘଟିଛି । ସେ ୨୯ଟି ସର୍ଜରି କରିଥିବା କୁହାଯାଉଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟରେ କ’ଣ କାରଣ ଉଲ୍ଲେଖ ରହୁଛି, ତାହା ଉପରେ ରହିଛି ନଜର ।
ଆଉ କେତେକ ନିକଟ ସଂପର୍କୀୟଙ୍କ ଅନୁଯାୟୀ ବଲିଉଡର ଏହି ଲାସ୍ୟମୟୀ ନାୟିକା ଶ୍ରୀଦେବୀ ବେଶ୍ କିଛି ଦିନ ହେବ ଖୁବ୍ ସିରିଅସ୍ ବା ରିଜର୍ଭ ହୋଇ ରହୁଥିଲେ । ସେ କାହା ସହିତ ବିଶେଷ କଥାବାର୍ତ୍ତା ହେଉ ନ ଥିଲେ ବା ମିଶୁ ନ ଥିଲେ । ଏଥିରୁ ଅନୁମାନ କରାଯାଉଛି ଯେ ଶ୍ରୀଦେବୀ ନିଶ୍ଚିତ ରୂପେ ଚିନ୍ତାଗ୍ରସ୍ତ ଥିଲେ ବା କୌଣସି ପ୍ରକାରର ଆଶଙ୍କାରେ ଥିଲେ । ରିଜର୍ଭ ରହୁଥିବା ଶ୍ରୀଦେବୀ ମୃତ୍ୟୁର କିଛି ସମୟ ପୂର୍ବରୁ ଖୁବ୍ ଖୁସି ଥିବାର କୁହାଯାଉଛି ।

ଏହାର ଆଉ ଏକ କାରଣ ଏହା ବି କୁହାଯାଉଛି ଯେ ସେ ତାଙ୍କର ବଡ଼ ଝିଅ ଜାହ୍ନବୀ କପୁରଙ୍କୁ ନେଇ ଚିନ୍ତିତ ଥିଲେ । ଖାସ୍ କରି ବଲିଉଡରେ ‘ ଧଡକ୍’ ଫିଲ୍ମରେ ନାୟିକା ହେବା ପରେ ଜାହ୍ନବୀ କୁଆଡେ ଅଧିକାଂଶ ସମୟ ବୟଫ୍ରେଣ୍ଡ୍ ଇଶାନ୍ ଖଟ୍ଟରଙ୍କ ସହ ବିତାଉଥିଲେ, ଯାହାକୁ ପସନ୍ଦ କରୁ ନଥିଲେ ମାଆ ଶ୍ରୀଦେବୀ । ବାରମ୍ବାର ବାରଣ କରିବା ସତ୍ତ୍ୱେ ଜାହ୍ନବୀ ତାଙ୍କ କଥା ମାନୁ ନ ଥିଲେ । ଏହାକୁ ନେଇ ମାଆ-ଝିଅଙ୍କ ଭିତରେ ମତାନ୍ତର ଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି