୬୬% ଔଷଧ ଚୀନ୍‌ରୁ ଆମଦାନି ହେଉଛି

ନୂଆଦିଲ୍ଲୀ,: ଭାରତକୁ ଆମଦାନି କରାଯାଉଥିବା ୬୬% ଔଷଧ ଚୀନ୍‌ରୁ ଆସୁଛି। ୨୦୧୬-୧୭ରେ ୧୮,୩୭୨ କୋଟି ଟଙ୍କାର ଔଷଧ ଆମଦାନି କରାଯାଇଛି। ସେଥି ମଧ୍ୟରୁ ୧୨,୨୫୪.୯୭ କୋଟି ଟଙ୍କାର ଔଷଧ ଚୀନ୍‌ରୁ ଆମଦାନି କରାଯାଇଛି। କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ମନସୁଖ ଏଲ୍‌ ମନ୍ଦାଭିୟ ଲୋକସଭାରେ କହିଛନ୍ତି ଯେ, ଚୀନ୍‌ ବ୍ୟତୀତ ଅନ୍ୟ ଯେଉଁ ଚାରିଟି ଦେଶରୁ ଭାରତ ବିପୁଳ ପରିମାଣର ଔଷଧ ଆମଦାନି କରୁଛି ସେଗୁଡ଼ିକ ହେଉଛି ଜର୍ମାନି, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି ଓ ସିଙ୍ଗାପୁର। ୨୦୧୬-୧୭ରେ ଆମେରିକାରୁ ୮୨୦ କୋଟି ଟଙ୍କାର ଔଷଧ ଆମଦାନି କରାଯାଇଥିବା ବେଳେ ଇଟାଲିରୁ ୭୦୧ କୋଟି ଟଙ୍କା, ଜର୍ମାନିରୁ ୪୮୫ କୋଟି ଟଙ୍କା ଏବଂ ସିଙ୍ଗାପୁରରୁ ୪୨୨ କୋଟି ଟଙ୍କାର ଔଷଧ ଆମଦାନି କରାଯାଇଛି। ୨୦୧୪-୧୫ ଓ ୨୦୧୫-୧୬ ତୁଳନାରେ ଭାରତ ୨୦୧୬-୧୭ରେ କମ୍‌ ଔଷଧ ଆମଦାନି କରିଛି।

ସମ୍ବନ୍ଧିତ ଖବର