ଆହୁରି ସମସ୍ୟା ସୃଷ୍ଟି କରିବ ଟଙ୍କା

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ସ୍ତରରେ ରହିଛି। ସପ୍ତାହକ ଭିତରେ ଟଙ୍କା ଆହୁରି ଦୁର୍ବଳ ହେବ। ଏକ ଡଲାର ମୂଲ୍ୟ ୭୦ ଟଙ୍କା ଟପିଯିବ ବୋଲି ଆକଳନ କରାଯାଇଛି। ଭାରତକୁ ବିଦେଶୀ ପୁଞ୍ଜିନିବେଶ ଆଗମନ କମିଯାଇଥିବାରୁ ବିଦେଶୀ ମୁଦ୍ରା ପରିମାଣ ମଧ୍ୟ କମିଯାଇଛି। ସେହି ସମୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଆମଦାନୀ ଖର୍ଚ ପରିମାଣ ବଢ଼ିଛି। ତେଲ କିଣିବା ପାଇଁ ଡଲାର ପେମେଣ୍ଟ୍‌ କରିବାକୁ ପଡ଼ୁଛି। ସେଥିପାଇଁ ଡଲାରର ଚାହିଦା ବଢ଼ିଛି। ଚାହିଦା ବୃଦ୍ଧି ଯୋଗୁଁ ପ୍ରତିଦିନ ଡଲାର ମୂଲ୍ୟ ବଢ଼ୁଛି ଓ ଟଙ୍କା ଦୁର୍ବଳ ହେଉଛି। ଜୁନ୍‌ ୨୮ରେ ଡଲାର ମୂଲ୍ୟ ୬୯ ଟଙ୍କା ୧୦ ପଇସା ହୋଇଯାଇଥିଲା। ଏହା ପରେ ସେଥିରେ କିଛିଟା ସୁଧାର ହୋଇଛି।

ସମ୍ବନ୍ଧିତ ଖବର