ଘରେ ମିଳିବ ସୌନ୍ଦର୍ଯ୍ୟ ଉପଚାର

ବ୍ଲୁଡ୍ରେକ୍‌ର କାରବାର ଆରମ୍ଭ

ଭୁବନେଶ୍ୱର: ଫୋନ୍‌ରେ କଲ୍‌ କରି, ହ୍ଵାଟସ୍‌ଆପ୍‌ ବାର୍ତା ଜରିଆରେ କିମ୍ବା ଅନଲାଇନ୍‌ରେ ବୁକିଙ୍ଗ କରିହେବ। ଏହା ପରେ ସୌନ୍ଦର୍ଯ୍ୟ ବିଶେଷଜ୍ଞମାନେ ଘରେ ପହଞ୍ଚି ସୌନ୍ଦର୍ଯ୍ୟ ଓ ଶରୀରଚର୍ଯ୍ୟା ସେବା ପ୍ରଦାନ କରିବେ। ସୌନ୍ଦର୍ଯ୍ୟ ଉପଚାରକୁ ଘରେ ଘରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଏକ ନୂତନ ସଂସ୍ଥା ‘ବ୍ଲୁଡ୍ରେକ୍‌ ଡଟ୍‌ ଇନ୍‌’। ଲୋପାମୁଦ୍ରା ପ୍ରଧାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ପକ୍ଷରୁ ସହରରେ ଆୟୁର୍ବେଦିକ ଓ ପ୍ରାକୃତିକ ଉପାୟରେ ଶରୀରଚର୍ଯ୍ୟା ପ୍ରଦାନ କରାଯିବ। ଏହା ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ରୂପଚର୍ଯ୍ୟା ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ଯୋଗାଇ ଦେବ। ଏହି ସଂସ୍ଥା ପକ୍ଷରୁ ଫେସିଆଲ୍‌, ହେୟାର କେୟାର, ବଡି କେୟାର, ବ୍ରାଇଡାଲ୍‌ ମେକ୍‌ଅପ୍‌, ସ୍ୱତନ୍ତ୍ର ପ୍ୟାକେଜ, ଥ୍ରେଡିଂ, ଓ୍ଵାକ୍ସିଂ, ମେନିକ୍ୟୁର୍‌ ଓ ପେଡିକ୍ୟୁର ଓ ମସାଜ୍‌ ସେବା ପ୍ରଦାନ କରାଯିବ। ଏହା ଲୋକମାନଙ୍କ ଘରେ ପହଞ୍ଚି ସେମାନଙ୍କୁ ଅର୍ଗାନିକ୍‌ ଓ ପ୍ରାକୃତିକ ସେଲୁନ୍‌ ଓ ସ୍ପାର ଅନୁଭୂତି ପ୍ରଦାନ କରିବ। ଏହି ସଂସ୍ଥା ଏକ ଶିକ୍ଷାନୁଷ୍ଠାନ ସ୍ଥାପନ କରିବାକୁ ମଧ୍ୟ ଯୋଜନା ରଖିଛି।
ଆଜି ଏଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବ୍ଲୁଡ୍ରେକ୍‌ ଡଟ୍‌ ଇନ୍‌କୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ସମାଜସେବୀ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ସମାଜସେବୀ ଶୁଭଶ୍ରୀ ଦାସ, ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ସୁଲତା ଦେଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର