ଫୋର୍ସ ମୋଟର୍ସର କାର୍ଗୋ କିଙ୍ଗ୍‌ ଷ୍ଟାର୍‌ ପିକ୍‌ଅପ୍‌ ଉନ୍ମୋଚିତ

ଭୁବନେଶ୍ୱର: ଫୋର୍ସ ମୋଟର୍ସ ପକ୍ଷରୁ ନୂଆ ଟ୍ରାକ୍ସ ‘କାର୍ଗୋ କିଙ୍ଗ୍‌ ଷ୍ଟାର ପିକ୍‌ଅପ୍‌’ର ଉନ୍ମୋଚନ କରାଯାଇଛି। କଟକସ୍ଥିତ କମ୍ପାନିର ଅଧିକୃତ ସୋରୁମ୍‌ ନାଭ୍ୟା ମୋଟର୍ସଠାରେ ଏହି ନୂଆ ଗାଡ଼ିର ଉନ୍ମୋଚନ କରାଯାଇଛି। ବରିଷ୍ଠ ଆର୍‌ଟିଓ ଇଞ୍ଜିନିଅର ଦୀପ୍ତି ରଂଜନ ପାତ୍ର ଉନ୍ମୋଚନ କରିବା ସହିତ ଏହି ଗାଡ଼ିର ସଫଳ ବିକ୍ରି କାମନା କରିଥିଲେ। ଏଥିରେ କଟକର ଏମ୍‌ଭିଆଇ ରଶ୍ମୀରଂଜନ ଦଳବେହେରା, ଫୋର୍ସ ମୋଟର୍ସର ଆଞ୍ଚଳିକ ପ୍ରବନ୍ଧକ (ପୂର୍ବ ଭାରତ) ଅଜୟ ବନ୍‌ସାଲ୍‌, ବିଜ୍‌ନେସ୍‌ ମ୍ୟାନେଜର ଅମିତାଭ ମହାନ୍ତି, ଟେରିଟୋରି ମ୍ୟାନେଜର ମନୋରଞ୍ଜନ ମହାନ୍ତି ଯୋଗଦେଇ ଗାଡ଼ି ସମ୍ପର୍କରେ ସୂଚନା ଦେବା ସହିତ ଗ୍ରାହକମାନଙ୍କ ସହିତ ମତ ବିନିମୟ କରିଥିଲେ। ସୋରୁମ୍‌ର ତତ୍ୱାବଧାୟକ ପ୍ରିୟଦର୍ଶୀ ସାହୁ ଯୋଗଦେଇ ଗାଡ଼ିର ବିକ୍ରି ଓ ସେବା ସୁବିଧା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଗାଡ଼ିରେ ଅଧିକ ଓଜନର ସାମଗ୍ରୀ ସହଜରେ ପରିବହନ କରାଯାଇ ପାରିବ ବୋଲି ସେ କହିଥିଲେ। ଫଳ, ପନିପରିବା, କଞ୍ଜ୍ୟୁମର ଡ୍ୟୁରେବଲ୍‌, କ୍ଷୀର, ଅଣ୍ଡା ଏବଂ ଗ୍ୟାସ ସିଲିଣ୍ଡର ଆଦି ନେବାଆଣିବା ପାଇଁ ଏହି ଗାଡ଼ି ଏକ ଉତ୍ତମ ପସନ୍ଦ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର