ଆଇସିଆଇସିଆଇର ଫରେନ୍‌ସିକ୍‌ ଅଡିଟ୍‌ ହେବ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ହିସାବ ଖାତା ଓ ବ୍ୟାଙ୍କ ପକ୍ଷରୁ ବିଗତ କିଛି ବର୍ଷ ଭିତରେ ଯେଉଁ ସବୁ ତଥ୍ୟ ଘୋଷଣା କରାଯାଇଛି ତାହାର ଫରେନ୍‌ସିକ୍‌ ଅଡିଟ୍‌ କରିବା ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିଚାର କରୁଛି। ୨୦୧୨ରେ ଭିଡିଓକନ୍‌କୁ ଦିଆଯାଇଥିବା ୩୨୫୦ କୋଟି ଟଙ୍କା ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ ବିବାଦୀୟ ହୋଇପଡ଼ିଛି। ଏହାର ସିଇଓ ଚନ୍ଦା କୋଚ୍ଚରଙ୍କ ଦ୍ୱୈତ ସ୍ୱାର୍ଥକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ସଂସ୍ଥାର ଭିଡିଓକନ୍‌ ମୁଖ୍ୟଙ୍କ ସହିତ ସମ୍ପର୍କ ରହିଥିବାରୁ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର