ଜାନୁଆରିରୁ ମୂଲ୍ୟ ବଢ଼ାଇବ ମାରୁତି

ଭୁବନେଶ୍ୱର: ଆସନ୍ତା ଜାନୁଆରିରୁ ମାରୁତି ସୁଜୁକି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏହାର କାର୍‌ ମୂଲ୍ୟ ବୃଦ୍ଧି କରିବ। ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପାଦାନର ମୂଲ୍ୟ ବୃଦ୍ଧି ଯୋଗୁଁ ଅଧିକାଂଶ କାର ନିର୍ମାତା ୧ ପ୍ରତିଶତରୁ ୫ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘୋଷଣା ସାରିଲେଣି। ଇନ୍ଧନ ଓ ଉପଯୋଗୀ ସାମଗ୍ରୀର ମୂଲ୍ୟ ବୃଦ୍ଧି, ପ୍ରୋସେସିଂ ଓ ପରିବହନ ଖର୍ଚ ବୃଦ୍ଧି ଆଦି କାରଣ ଯୋଗୁଁ କମ୍ପାନି ଗୁଡ଼ିକ କାର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ମାରୁତି କାର୍‌ରେ ବ୍ୟବହୃତ ହେଉଥିବା ସାମଗ୍ରୀର ପ୍ରାୟ ୯୫ ପ୍ରତିଶତ ସାମଗ୍ରୀ ମାରୁତି ସ୍ଥାନୀୟ ନିର୍ମାତାଙ୍କଠାରୁ କ୍ରୟ କରୁଛି। କମ୍ପାନି କେବଳ ୫ ପ୍ରତିଶତ ସାମଗ୍ରୀ ଓ ଆସେସୋରିଜ୍‌ ବାହାରୁ ଆମଦାନୀ କରୁଛି। ଏଥିଯୋଗୁଁ ମାରୁତି ଆସନ୍ତା ୨୦୧୮ ଜାନୁଆରିରୁ ଏହାର କାର୍‌ ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି କରିବ। ଅନ୍ୟପକ୍ଷରେ ମାରୁତି ଡିସେମ୍ବରରେ ବିଗ୍‌ ସେଭିଂ ଅଫର୍‌ ଘୋଷଣା କରିଛି। ଏହାଫଳରେ ଆସନ୍ତା ଜାନୁଆରିରୁ ମୂଲ୍ୟବୃଦ୍ଧି ହେବା ପୂର୍ବରୁ ଗ୍ରାହକମାନେ ସେମାନଙ୍କ ମନପସନ୍ଦର କାର୍‌ ଡିସେମ୍ବରରେ କିଣି ଅଧିକ ଖର୍ଚାନ୍ତରୁ ବର୍ତି ପାରିବେ।

ସମ୍ବନ୍ଧିତ ଖବର