ଦକ୍ଷ ପ୍ରଶାସକ ହେବାକୁ କମ୍ପାନି ସେକ୍ରେଟାରିଙ୍କୁ ଆହ୍ଵାନ

ଆଇସିଏସ୍‌ଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଭୁବନେଶ୍ୱର:  କଂପାନି ସେକ୍ରେଟାରିମାନେ ନିଜ ବୃତ୍ତିଗତ କାର୍ଯ୍ୟ ଭଲଭାବେ ନିଭାଇବା ସହିତ ଦକ୍ଷ ପ୍ରଶାସକର ଭୂମିକା ତୁଲାଇବା ଆବଶ୍ୟକ। ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାରେ ସେମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମତ ଦେଇଛନ୍ତି। ହୋଟେଲ୍‌ ମେ ଫେୟାର ସମ୍ମିଳନୀ କକ୍ଷରେ ଆଇସିଏସ୍‌ଆଇ (ଇନ୍‌ଷ୍ଟିଚୁ୍‌୍ୟଟ୍‌ ଅଫ କମ୍ପାନି ସେକ୍ରେଟାରିଜ୍‌ ଅଫ ଇଣ୍ଡିଆ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଜାତୀୟସ୍ତରର ଏହି ସମ୍ମିଳନୀ ସଫଳତାର ସହ ଆୟୋଜନ କରିପାରିଥିବାରୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନି ସେକ୍ରେଟାରିଜ’୍‌କୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇ କମ୍ପାନି ସେକ୍ରେଟାରୀମାନଙ୍କ ଦେଶ ବିକାଶରେ ଭାଗିଦାରୀ ହେବାକୁ ମତ ଦେଇଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଆଇସିଏସ୍‌ଆଇର ସଭାପତି ମକରନ୍ଦ ଲେଲେ ଯୋଗଦେଇ କମ୍ପାନି ସେକ୍ରେଟାରିମାନଙ୍କୁ କୌଣସି ପ୍ରକାର ଚାପର ଶିକାର ନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ୩ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶବିଦେଶରୁ ଶତାଧିକ କମ୍ପାନି ସେକ୍ରେଟାରି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର