ସର୍ବବୃହତ ବିଦେଶୀ ପୁଞ୍ଜିନିବେଶ ପାଇଁ ବୁଝାମଣା

0 67

ଭୁବନେଶ୍ୱର: ମହାରାଷ୍ଟ୍ରର ରତ୍ନଗିରିରେ ସମନ୍ଵିତ ରିଫାଇନାରି ଓ ପେଟ୍ରୋକେମିକାଲ୍‌ସ୍‌ କମ୍ପ୍ଲେକ୍ସକୁ ମିଳିତ ଭାବେ ନିର୍ମାଣ କରିବା ଓ ବିକଶିତ କରିବାକୁ ସାଉଦି ଆରାମକୋ ଓ ଆଡନୋକ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସାଉଦି ଆରାମକୋର ଅଧ୍ୟକ୍ଷ ଅମିତ ଏଚ୍‌ ନାସେର ଓ ୟୁଏଇର ରାଷ୍ଟ୍ର ମନ୍ତ୍ରୀ ତଥା ଆଡନୋକ ଗ୍ରୁପ୍‌ର ସିଇଓ ସୁଲତାନ ଅହମଦ ଅଲଜବର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହା ଭାରତର ରିଫାଇନାରି କ୍ଷେତ୍ରରେ ସର୍ବବୃହତ ପୁଞ୍ଜିନିବେଶ। ଏହା ପୂର୍ବରୁ ସାଉଦି ଆରାମକୋ ୨୦୧୮ ଏପ୍ରିଲ୍‌ରେ ଆଇଓସିଏଲ୍‌, ବିପିସିଏଲ୍‌ ଓ ଏଚ୍‌ପିସିଏଲ୍‌ରେ ରହିଥିବା ଭାରତୀୟ କନ୍‌ସର୍ଟିୟମ୍‌ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ସାଉଦି ଆରାମକୋ ଏଥିରେ ଆଉ ଗୋଟିଏ ଷ୍ଟ୍ରାଟେଜିକ୍‌ ପାର୍ଟନର୍‌କୁ ସାମିଲ୍‌ କରିବାକୁ ଅନୁରୋଧ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.