ନୂଆଦିଲ୍ଲୀ : ଭାରତର ତୃତୀୟ ବୃହତମ ଘରୋଇ ନନ୍-ଲାଇଫ୍ ବୀମା କମ୍ପାନୀ ଏଚଡିଏଫସି ଇରଗୋ ପକ୍ଷରୁ ଖରିପ ଋତୁରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯକାରୀ ପାଇଁ ଯୋଜନା କରାଯାଇଛି । ଏହା ୨୦୧୯ରେ ଖରିଫ ଋତୁରେ ଦେଓଗଡ଼, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ପୁରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଯୋଗାଇ ଦିଆଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମରୁଡ଼ି, ବନ୍ୟା, ଶୁଖା, ଭୂସ୍ଖଳନ, ବାତ୍ୟା, ଘୂର୍ଣ୍ଣିଝଡ଼, କୁଆପଥର ମାଡ଼, ଜଳପ୍ଲାବନ, ରୋଗ, ପୋକ ଆଦିରୁ ଚାଷୀଙ୍କ ଫସଲ ନଷ୍ଟ କ୍ଷେତ୍ରରେ ଲାଗୁ ହୋଇଥାଏ । ସେହିପରି ଫସଲ ଅମଳ କମ୍ କ୍ଷେତ୍ରରେ ଆବଶ୍ୟକ ସୂଚନା ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଧାନ କରାଯାଇଥାଏ । ଫସଲ ବୀମା ଓଡ଼ିଶା ସରକାରଙ୍କ କୃଷି ବିଭାଗ ଦ୍ୱାରା ଅନୁମୋଦିତ । ସମ୍ପୃକ୍ତ ଜିଲ୍ଲାର ଚାଷୀ ବ୍ୟାଙ୍କ ତଥା କମନ୍ ସର୍ଭିସ୍ ସେଣ୍ଟର ଏହି ବୀମା କରାଇପାରିବେ । ଏହା କୃଷି ବିଭାଗ ୱେବ ସାଇଟରେ ଉପଲବ୍ଧ ହେଉଛି । ଫସଲବୀମା କଭରର ଅନ୍ତିମ ତାରିଖ ୨୦୧୯ ଜୁଲାଇ ୩୧ ତାରିଖ ରହିଛି ।