ହୋଣ୍ଡା ଖୋଲିଲା ୧୦୦୦ତମ ଡିଲର୍‌ସିପ୍

ଭୁବନେଶ୍ବର: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପଞ୍ଜାବର ମୋହାଲିଠାରେ ୧୦୦୦ତମ ସ୍ବତନ୍ତ୍ର ସ୍ବୀକୃତିପ୍ରାପ୍ତ ଡିଲରପଏଣ୍ଟ ଖୋଲାଯାଇଛି। ଏଠାରେ ବିକ୍ରି, ସେବା, ସ୍ପେୟାର ଏବଂ ସୁରକ୍ଷା ଭଳି ଚାରି ପ୍ରକାରର ସୁବିଧା ଗ୍ରାହକଙ୍କୁ ମିଳିବ। ଭାରତୀୟ ଦୁଇ ଚକିଆ ଯାନ ଶିଳ୍ପରେ ହୋଣ୍ଡା ଏହାର ଡିଲର ନେଟୱାର୍କକୁ ଦ୍ବିଗୁଣିତ କରିପାରିଛି ଏବଂ ଗତ ୫ ବର୍ଷ ମଧ୍ୟରେ ୩୩୦୦ ନୂଆ ଟଚ୍ ପଏଣ୍ଟ ଖୋଲିଛି। ଏହି ନୂତନ ଡିଲର ପଏଣ୍ଟକୁ ମିଶାଇ ହୋଣ୍ଡାର ମୋଟ ଟଚ୍‌ ପଏଣ୍ଟ ସଂଖ୍ୟା ୬୦୦୦ରେ ପହଞ୍ଚିଛି। ୧୦୦୦ତମ ଡିଲରପଏଣ୍ଟକୁ କମ୍ପାନିର ସଭାପତି ତଥା ସିଇଓ ମିନୋରୁ କାଟୋ ଉଦଘାଟନ କରିଥିଲେ। ୧୦୦୦ତମ ଡିଲରପଏଣ୍ଟ ମାଇଲଖୁଣ୍ଟ ସ୍ଥାପନ ଉତ୍ସବରେ ଉପସ୍ଥିତ ରହି ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି। ଏହି ସଫଳତା ହୋଣ୍ଡାକୁ ଗ୍ରାହକଙ୍କ ନିକଟତର କରାଇବା ସହିତ ବ୍ରାଣ୍ଡ୍ ଉପରେ ବିଶ୍ବସନୀୟତାକୁ ବଢ଼ାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର