ଦେଶରେ ଶସ୍ତା ବିମାନସେବା ପାଇଁ ଏବେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏୟାର୍ଡେକାନ ପକ୍ଷରୁ ପୁଣି ଥରେ ୧ ଟଙ୍କିଆ ଅଫର ଘୋଷଣା କରାଯିବା ପରେ ଆଉ କେତେକ ବିମାନ ସେବା କମ୍ପାନି ମଧ୍ୟ ଶସ୍ତା ବିମାନ ସେବା ଦୌଡରେ ସାମିଲ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଉଡାନ ( ଉଡେ ଦେଶ କା ଆମ ନାଗରିକ୍ ବା ଦେଶର ସାଧାରଣ ଜନତା ବିମାନ ସେବାର ସୁଯୋଗ ପାଆନ୍ତୁ) ସ୍କିମ୍ରେ ସେବା ଯୋଗାଇବା ଲାଗି ଦେଶର ପ୍ରମୁଖ ବିମାନ ସେବା କମ୍ପାନି ଜେଟ୍ ଏୟାରେଓ୍ଵଜ୍, ସ୍ପାଇଶ ଜେଟ୍, ଜୁମ୍ ଏୟାର୍୍ ଓ ଇଣ୍ଡିଗୋ ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ଏହି ସ୍କିମ ପାଇଁ ବିଡିଂ ଚାଲିଥିବାବେଳେ ଉଭୟ କମ୍ପାନି ନିଜ ନିଜର ବିଡ୍ ଦାଖଲ କରିଛନ୍ତି । ଉଡାନ ସ୍କିମର ୨ୟ ପର୍ଯ୍ୟାୟ ବିଡିଂ ପ୍ରକ୍ରିୟା ଏବେ ଚାଲିଛି । ଗତ ୫ ତାରିଖରେ ଏହାର ଟେକନିକାଲ ବିଡ୍ ଖୋଲାଯାଇଥିବାବେଳେ ଆସନ୍ତା କାଲି ଅର୍ଥାତ୍ ଗୁୁରୁବାରଦିନ ଏହାର ଫାଇନାନ୍ସିଆଲ ବିଡ୍ ଖୋଲିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ।
ଉଡାନ ସ୍କିମରେ ସରକାର ଦେଶର ବିମାନ ସେବା ପହଞ୍ଚିନଥିବା ଛୋଟ ସହରଗୁଡିକୁ ବିମାନସେବା ମାଧ୍ୟମରେ ଯୋଡିବାକୁ ଯୋଜନା କରିଛନ୍ତି । ଏହି ସ୍କିମରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବିମାନ ସେବା ଯୋଗେଇ ଦିଆଯିବ । ଏହି ସ୍କମିରେ ୧ ଘଣ୍ଟାର ଉଡ଼ାଣ ପାଇଁ ସର୍ବାଧିକ ଭଡ଼ା ୨୫୦୦ ଟଙ୍କା ରଖାଯାଇଛି । ବିମାନ ସେବାକୁ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବାକୁ ସରକାର ଏସବୁ କମ୍ପାନିମାନଙ୍କୁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ( ଭିଜିଏଫ) ପ୍ରଦାନ କରିବେ । ଭିଜିଏଫ ଫଣ୍ଡିଂ ମାଧ୍ୟମରେ ସରକାର ନିଅଣ୍ଟିଆ ଅର୍ଥର ଭରଣା କରିଥାନ୍ତି ଯେପରିକି ବିମାନସେବା କମ୍ପାନିର କ୍ଷତି ହେବ ନାହିଁ ଓ ଭଡା ଶସ୍ତା ରହିବ ।
ତେବେ ଇଣ୍ଡିଗୋ ଓ ଜେଟ୍ ଭିଜିଏଫର ଆବଶ୍ୟକତା ନାହିଁ ବୋଲି ନିଜ ଆବେଦନରେ ଦର୍ଶାଇଛନ୍ତି । ଭିଜିଏଫ ଆବଶ୍ୟକ କରୁନଥିବା କମ୍ପାନିମାନଙ୍କୁ ଏହି ସ୍କିମରେ ଅଗ୍ରାଧିକାର ମିଳିବାର ସୁବିଧା ରହିଛି ।
ଉଡାନ ସ୍କିମର ପ୍ରଥମ ପର୍ଯ୍ୟାୟରେ ସ୍ପାଇଶ ଜେଟ୍ ଲାଇସେନ୍ସ ପାଇଁ ସେବା ଆରମ୍ଭ କରିସାରିଛି । ଏୟାର ଡେକ୍କାନ ଆସନ୍ତା ୨୩ରୁ ସେବା ଆରମ୍ଭ କରିବାକୁ ଘୋଷଣା କରିଛି । ଓଡ଼ିଶା ଓ ଆଉ କେତେକ ରାଜ୍ୟରେ ସେବା ଆରମ୍ଭ ପାଇଁ ଏୟାର ଓଡ଼ିଶା ଲାଇସେନ୍ସ ପାଇଛି ।