ପାଟନା: ଏଲଆଇସିର ପୂର୍ବ କେନ୍ଦ୍ରୀୟ ଅଂଚଳର ଜୋନାଲ ମ୍ୟାନେଜର ସି. ବିକାଶ ରାଓଙ୍କର ବଦଳି ପଶ୍ଚିମାଞ୍ଚଳ ଜୋନ୍କୁ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ପୂର୍ବ ଜୋନ୍ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନିଗମର ଅଧିକାରୀ, କର୍ମଚାରୀ ଏବଂ ଏଜେଣ୍ଟମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଶ୍ରୀ ରାଓ ଏହି ଜୋନ୍ ନେତୃତ୍ବ ନେଇଛନ୍ତି। ଏହି ସମୟ ମଧ୍ୟରେ ଉକ୍ତ ଜୋନ୍ ବିଭିନ୍ନ କ୍ଷେତ୍ରରେ ନୂଆ ରେକର୍ଡ ସ୍ଥାପନ କରିଛି।