ଦୁର୍ବଳ ଟଙ୍କାର ପ୍ରଭାବ, ଦର ବଢାଇଲେ ସାଓମି ଓ ରିଅଲମି

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ କଞ୍ଚାମାଲ ମହଙ୍ଗା ହେବା କାରଣରୁ ବିଭିନ୍ନ ମୋବାଇଲ କମ୍ପାନି ନିଜ ନିଜ ସ୍ମାର୍ଟଫୋନର ଦର ବଢାଇଛନ୍ତି । ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମି ନିଜର ବଜେଟ ସ୍ମାର୍ଟଫୋନ ରେଡମି-୬ ଓ ରେଡମି-୬ଏ ର ଦର ବଢାଇଛି । ରେଡମି ୬ଏ (୨ଜିବି ରାମ+୧୬ ଜିବି ରମ)ମୂଲ୍ୟ ପୂର୍ବରୁ ୫୯୯୯ ଟଙ୍କା ଥିବାବେଳେ ତାହାକୁ ୬୦୦ ଟଙ୍କା ବଢାଇ ୬୫୯୯ ଟଙ୍କା ରଖାଯାଇଛି । ସେହିପରି ରେଡମି ୬ଏ (୨ଜିବି ରାମ+୩୨ ଜିବି ରମ)ର ମୂଲ୍ୟ ମଧ୍ୟ ୬୦୦ ଟଙ୍କା ବୃଦ୍ଧି ପାଇ ୭,୪୯୯ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରେଡମି-୬ (୩ଜିବି ରାମ+୩୨ ଜିବି ରମ)ର ମୂଲ୍ୟ ଏବେ ୮୪୯୯ ଟଙ୍କାକୁ ବୃଦ୍ଧି ପାଇଛି । ସାଓମି ପକ୍ଷରୁ ନିଜର ସ୍ମାର୍ଟଟିିଭିର ମୂଲ୍ୟ ମଧ୍ୟ ବଢାଯାଇଛି । ଚଳିତ ସପ୍ତାହ ପ୍ରାରମ୍ଭରେ ଆଉ ଏକ ଚାଇନିଜ ସ୍ମାର୍ଟଫୋନ ରିଅଲମି ନିଜର ବିଭିନ୍ନ ସ୍ମାର୍ଟଫୋନ ଦର ବୃଦ୍ଧି କରିଥିଲା । ପୂର୍ବରୁ ୬୯୯୯ ଟଙ୍କା ଥିବା ରିଅଲମି ସି୧(୨ଜିବି ଭାରିଆଣ୍ଟ) ର ମୂଲ୍ୟ ଏବେ ୭୯୯୯ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ରିଅଲମି ସି୧(୩ଜିବି ଭାରିଆଣ୍ଟ) ର ମୂଲ୍ୟ ଏବେ ୮୯୯୦ ଟଙ୍କାକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର