ମୋବାଇଲ୍‌ କର୍ଣ୍ଣର:ଟର୍କ ଫିଚର୍‌ ଫୋନ୍‌

ପୁନେର କଂପାନି ବୋରା ଆଣ୍ଡ୍‌ ବୋରା ଟେକ୍‌ନୋଲୋଜି ପକ୍ଷରୁ ନୂଆ ଟର୍କ ଫିଚର୍‌ ଫୋନ୍‌ର ବଜାର ପ୍ରବେଶ କରାଯାଇଛି। କଂପାନିର ଫୋନ୍‌ଗୁଡ଼ିକର ଦାମ ୬୪୯ ଟଙ୍କାରୁ ଆରମ୍ଭ ହୋଇ ୧୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୧.୮, ୨.୪ ଏବଂ ୨.୮ ଇଞ୍ଚ ସ୍କ୍ରିନ୍‌ ଆକାରର ପ୍ରାୟ ୧୫ଟି ମଡେଲ୍‌ କଂପାନି ବଜାରକୁ ଆଣିଛି। ଟର୍କ ଫୋନ୍‌ଗୁଡ଼ିକରେ ଶକ୍ତିଶାଳୀ ବ୍ୟାଟେରି, ଲାଉଡ୍‌ସ୍ପିକର୍‌ ଏବଂ ସେଲ୍‌ଫି କ୍ୟାମେରା ଭଳି ସୁବିଧା ରହିଛି। କଂପାନି ପକ୍ଷରୁ କେତେକ ମଡେଲ୍‌ ଉପରେ ମାଗଣା ଟ୍ରାଭେଲ୍‌ ବ୍ୟାଗ୍‌ ପ୍ରଦାନ କରାଯାଉଛି। ଓଡ଼ିଶା ବଜାର ପାଇଁ କଂପାନି ପକ୍ଷରୁ ମ୍ୟାପ୍‌ଟେକ୍‌ ଟେକ୍ନୋଲୋଜିଷ୍ଟ୍‍ ଜରିଆରେ ବିତରଣ ଚ୍ୟାନେଲ୍‌ ଆରମ୍ଭ କରାଯାଇଛି। କଂପାନିର ଫୋନ୍‌ଗୁଡ଼ିକ ଉପରେ ୧୦୦ ଦିନର ରିପ୍ଲେସ୍‌ମେଣ୍ଟ୍‌ ଏବଂ ୩୬୫ ଦିନର ମାଗଣା ସର୍ଭିସ୍‌ ସୁବିଧା ରହିଛି। ଚଳିତ ବର୍ଷ ଏପ୍ରିଲ୍‌ ସୁଦ୍ଧା ୪ଜି ଭୋଲ୍‌ଟି ସ୍ମାର୍ଟଫୋନ୍‌ ବଜାରକୁ ଅଣାଯିବ ବୋଲି କଂପାନିର ନିର୍ଦେଶକ ଫରିଦ୍‌ ଅହମ୍ମଦ କହିଛନ୍ତି।

ସମ୍ବନ୍ଧିତ ଖବର