ଋଣ ଦେଖି ଡରିଯାଇଥିଲେ ମୁକେଶ, ସେଥିପାଇଁ ଅନିଲଙ୍କୁ ସାହାଯ୍ୟ କଲେନି

ମୁମ୍ବାଇ: ଧିରୁଭାଇ ଅମ୍ବାନିଙ୍କ ଦୁଇ ପୁଅ ମୁକେଶ ଓ ଅନିଲ ଏକ ସମୟରେ ଭାରତୀୟ ଉଦ୍ୟୋଗ ଜଗତର ଉଜ୍ଜ୍ବଳ ତାରକା ଥିଲେ। ଏବେ ବଡ଼ ଭାଇ ତାରକା ହୋଇ ଝଟକୁଛନ୍ତି ଏବଂ ଅନିଲଙ୍କ ଚମକ ହଜିଯାଇଛି। ସେ ଜେଲ୍ ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଦଶନ୍ଧିରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ଭିତରେ ଝଗଡ଼ା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଦୁଇ ଭାଇ ପରସ୍ପର ଠାରୁ ଅଲଗା ହେଲେ ଏବଂ ନିଜର ବ୍ୟବସାୟ ସାମ୍ରାଜ୍ୟ ଆଗକୁ ବଢ଼ାଇଲେ। ମୁକେଶ ଯେଉଁ ଠାରେ ଥିଲେ ସେଠାରୁ ବହୁତ ଦୂର ଆଗକୁ ଚାଲିଯାଇଛନ୍ତି। କିନ୍ତୁ ଅନିଲଙ୍କ ବ୍ୟବସାୟ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ତାଙ୍କର ଗୋଟିଏ ପରେ ଗୋଟିଏ କଂପାନି ବନ୍ଦ ହେଉଛି। ସେ ପାହାଡ଼ ଭଳି ଋଣ ତଳେ ଚାପି ହୋଇଯାଇଛନ୍ତି। ସଙ୍କଟରୁ ଅନିଲଙ୍କୁ ଉଦ୍ଧାର କରିବା ପାଇଁ ବଡ଼ ଭାଇ ମୁକେଶଙ୍କ ପାଖରେ ସାମର୍ଥ୍ୟ ଅଛି। ସେ ଚାହିଥିଲେ ଅନିଲଙ୍କ ସମସ୍ୟା ଦୂର ହୋଇଯାଇଥାନ୍ତା। କିନ୍ତୁ କାହିଁକି କେଜାଣି ଅନିଲଙ୍କୁ ସାହାଯ୍ୟ କରିବାକୁ ମୁକେଶ ଚାହିଲେ ନାହିଁ। ପୁରୁଣା ଝଗଡ଼ା ଏଥିପାଇଁ ଦାୟୀ ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ଅତୀତରେ ଅନିଲଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ ଏହାର ସ୍ପେକ୍ଟ୍ରମ ସମ୍ପତ୍ତିକୁ ମୁକେଶଙ୍କ କଂପାନି ରିଲାଏନ୍ସ ଜିଓକୁ ବିକ୍ରି କରିବାକୁ ପ୍ରୟାସ କରିଥିଲା। କଂପାନି ଅନିଲଙ୍କ କଂପାନିର ଋଣ ବୋଝ ଦେଖି ମୁକେଶ ଡରିଗଲେ। ରିଲାଏନ୍ସ କମ୍ୟୁନିକେସନ୍ ଓ ଜିଓ ଭିତରେ ହୋଇଥିବା ଚୁକ୍ତି ଆଗକୁ ବଢ଼ିପାରିନଥିଲା। ଯଦି ସେହି ସମୟରେ ଅନିଲଙ୍କୁ ମୁକେଶ ସାହାଯ୍ୟ କରିଥାନ୍ତେ ତାଙ୍କୁ ଆଜି ଭଳି ଦୁର୍ଦିନ ଦେଖିବାକୁ ପଡ଼ିନଥାନ୍ତା।

ସମ୍ବନ୍ଧିତ ଖବର