ଭୁଷଣ ଷ୍ଟିଲର ପୂର୍ବତନ ମାଲିକ ନୀରଜ ସିଂଘଲ ଗିରଫ

ନୂଆଦିଲ୍ଲୀ : ଭୁଷଣ ଷ୍ଟିଲର ପୂର୍ବତନ ପ୍ରମୋଟର ତଥା ପରିଚାଳନା ନିର୍ଦ୍ଦେଶକ ନୀରଜ ସିଂଘଲଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଗୁରୁତର ଆର୍ଥକ ଅପରାଧ ଅଫିସ (ଏସଏଫଆଇଓ) ଗିରଫ କରିଛି । ଭୁଷଣ ଷ୍ଟିଲ ନାଁରେ ପ୍ରାୟ ୨ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନେଇ ବିଭିନ୍ନ ସଂଦିଗ୍ଧ ସେଲ କମ୍ପାନିରେ ଖଟାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

 

ତାଙ୍କୁ ଗିରଫ କରି କୋର୍ଟରେ ହାଜିର କରାଯିବା ପରେ କୋର୍ଟ ତାଙ୍କୁ ୧୪ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ତଦନ୍ତରୁ ଜଣାପଡିଛି ଯେ ସେ ଭୁଷଣ ଷ୍ଟିଲ ନାଁରେ ଋଣ ଉଠାଇ ପ୍ରାୟ ୮୦ଟି ସଂଦିଗ୍ଘ ଛଦ୍ଣ ବା ସେଲ୍‌ କମ୍ପାନିରେ ଖଟାଇ ହେରଫେର କରୁଥିଲେ । ସୂଚନାଯୋଗ୍ୟ ଯେ ଓଡ଼ିଶାରେ ଥିବା ଭୁଷଣ ଷ୍ଟିଲ ପ୍ଲାଣ୍ଟ ଦେବାଳିଆ ହେବା ପରେ ତାକୁ ଆଇବିସି ଆଇନ ଅନୁସାରେ ନିଲାମ କରାଯାଇଥିଲା । ଏହି ନିଲାମରେ ଟାଟା ଷ୍ଟିଲ ଭୁଷଣ ପ୍ଲାଣ୍ଟକୁ ଖରିଦ କରିଛି ।

ସମ୍ବନ୍ଧିତ ଖବର