ପ୍ରବୀଣା ରାୟ ଏନପିସିଆଇଏଲର ନୂଆ ସିଓଓ

ଭୁବନେଶ୍ୱର : ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇଏଲ) ତରଫରୁ ପ୍ରବୀଣା ରାୟଙ୍କୁ ନୂଆ ଚିଫ୍ ଅପରେଟିଂ ଅଫିସର୍(ସିଓଓ) ଓ ଏବଂ ଆରିଫ୍ ଖାନଙ୍କୁ ଚିଫ୍ ଡିଜିଟାଲ୍ ଅଫିସର୍ (ସିଡିଓ) ଭାବେ ନିଯୁ୍କ୍ତି ପ୍ରଦାନ କରାଯାଇଛି । ତାଙ୍କ ନିଯୁକ୍ତି ଯଥାକ୍ରମେ ଫେବ୍ରୁଆରି ୨୦ ଏବଂ ଫେବ୍ରୁଆରି ୧୮ରୁ ଲାଗୁ ହୋଇଛି ।

ଭାରତରେ ଡିଜିଟାଲ୍କରଣକୁ ଆଗକୁ ବଢ଼ାଇବା ପାଇଁ ଏକ ସହଜ, ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତିକୁ ନିଶ୍ଚିତ କରିବା ନିମନ୍ତେ ଏନ୍ପିସିଆଇର ରଣନୀତି ଅନୁସାରେ ମାର୍କେଟିଂ, ବ୍ୟବସାୟ ବିକାଶ, ଉତ୍ପାଦ ପରିଚାଳନା ଆଦିର ମୂତୟନ ଏବଂ ଦେଖାଶୁଣା କରିବେ ପ୍ରବୀଣା । ଉପଯୁକ୍ତ ସହଯୋଗିତା ଜରିଆରେ ସେ ଉତ୍ପାଦକୁ ଅଧିକ ଲୋକଙ୍କ ପାଖରେ ପହଂଚାଇବେ ଏବଂ ଏନ୍ପିସିଆଇ ଛବିର ପ୍ରଚାର ଦିଗରେ କାମ କରିବେ । ତାଙ୍କର ପେମେଂଟ୍, କାର୍ଡ, ଖୁଚୁର. କାରବାର, ପାଇକାରୀ ଏବଂ ବାଣିଜି୍ୟକ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ରହିଛି । ଏନ୍ପିସିଆଇରେ ଯୋଗ ଦେବା ପୂର୍ବରୁ ସେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ କାମ କରୁଥିଲେ । ଏହା ବ୍ୟତୀତ ସେ ଏଚ୍ଏସ୍ବିସିର ବିକ୍ରି ମୁଖ୍ୟ ଭାବେ ମଧ୍ୟ କାମ କରିଛ୍ତି । ତାଙ୍କର ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମୁ୍ୟନିକେସନ୍ରେ ବ୍ୟାଚ୍ଲର୍ ଡିଗି୍ରି ଏବଂ ଆଇଆଇଏମ୍ ଅହମ୍ମଦାବାଦରୁ ପିଜି ଡିଗ୍ରି ରହିଛି ।

 

ସମ୍ବନ୍ଧିତ ଖବର