ଭୁବନେଶ୍ୱର: ଓଡ଼ିଶା ଏମ୍ଏସ୍ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା ମାର୍ଚ ୫ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ମେଳାରେ ୬ଟି ପାଭିଲିୟନ୍ରେ ୩୫୦ରୁ ଅଧିକ ଷ୍ଟଲ୍ ରହିବ। ଥିମ୍ ପାଭିିଲିୟନ୍ରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଦର୍ଶନୀ ସ୍ଥାନ ପାଇବ। ଏଥିରେ ୫୦୦ରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତିକ ପ୍ରତିନିଧି ଯୋଗ ଦେବେ। ପ୍ରତିଦିନ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଆୟୋଜିତ ହେବ।