ପାରାଦୀପ ପିସିପିଆଇଆର୍‌ ପାଇଁ ଚିଠା ମାଷ୍ଟର ପ୍ଲାନ ଚୂଡାନ୍ତ

ନୂଆଦିଲ୍ଲୀ: ପାରାଦୀପ ସମେତ ଦେଶରେ ୪ଟି ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ (ପିସିପିଆଇଆର୍‌) ପ୍ରତିଷ୍ଠା କରାଯାଉଛି ବୋଲି କେନ୍ଦ୍ର ଯୋଜନା (ସ୍ୱାଧୀନ) ଏବଂ ରସାୟନ ତଥା ସାର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂ ସୂଚନା ଦେଇଛନ୍ତି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପାରାଦୀପରେ ୨୮୪.୧୫ ବର୍ଗ କିମି ଅଞ୍ଚଳରେ ପିସିପିଆଇଆର୍‌ ପ୍ରତିଷ୍ଠା କରାଯାଉଛି। ପାରାଦୀପ ପିସିପିଆଇଆରର ଅଗ୍ରପ୍ରମୂଖ ପ୍ରକଳ୍ପ ହେଉଛି ଭାରତୀୟ ତୈଳ ନିଗମ ଲିମିଟେଡର ତୈଳ ବିଶୋଧନାଗାର। ୨୦୧୬ ଫେବ୍ରୁଆରିରେ ଏହା କାର୍ଯ୍ୟକ୍ଷମ କରାଯାଇଛି ଏବଂ ଏଥିରେ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରାଯାଇଛି। ଇତିମଧ୍ୟରେ ପାରାଦୀପ ପିସିପିଆଇଆର ପ୍ରକଳ୍ପ ପାଇଁ ଚିଠା ମାଷ୍ଟର ପ୍ଲାନ ପ୍ରସ୍ତୁତି ଶେଷ ହୋଇଛି।

ସମ୍ବନ୍ଧିତ ଖବର