ଅଧିକ କେନ୍ଦ୍ର ଖୋଲିବ ‘ପ୍ୟାଥ୍‌ଫାଇଣ୍ଡର୍‌’

ଭୁବନେଶ୍ବର ବିଗତ ତିନି ଦଶନ୍ଧୀ ଧରି ଛାତ୍ରଛାତ୍ରୀମାନଙ୍କୁ‌ ଜେଇଇ, ନିଟ୍, ଅଲମ୍ପିଆଡ୍‌ ଓ କେଭିପିୱାଇ ଭଳି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ପୂର୍ବ ଭାରତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପ୍ୟାଥ୍‌ଫାଇଣ୍ଡର୍‌’ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ କେନ୍ଦ୍ର ଖୋଲିବା ଯୋଜନା ରହିଛି। ଏହି ସଂସ୍ଥା କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ନୂତନ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଭୁବନେଶ୍ବର ଠାରେ ଏହା ଓଡ଼ିଶାର ପ୍ରଥମ କେନ୍ଦ୍ରର ଖୋଲିଥିଲା ଯେଉଁଠାରେ ବିଜ୍ଞାନ ଭିତ୍ତିକ ଶିକ୍ଷା ପ୍ରଯୁକ୍ତି ଜରିଆରେ ଶିକ୍ଷାଦାନ କରାଯାଉଛି। ପ୍ୟାଥ୍‌ଫାଇଣ୍ଡର୍‌ ଗ୍ରୁପ୍‌ର  ଅଧ୍ୟକ୍ଷ ଡକ୍ଟର ଦେବଦତ୍ତ ଶ୍ରୀମାନି କହିଛନ୍ତି ଯେ, ଆମେ ‌ଷଷ୍ଠ ଶ୍ରେଣୀରୁ ପିଲାମାନଙ୍କୁ ପ୍ରସ୍ତୁତ କରୁଛୁ। ସେମାନଙ୍କର ଏଭଳି ବୌଦ୍ଧିକ ବିକାଶ କରାଯାଉଛି ଯଦ୍ବାରା ସେମାନେ ପ୍ରବେଶିକା ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷାଗୁଡ଼ିକ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ସଂସ୍ଥାର ସିଇଓ ପି ଦାସ କହିଛନ୍ତି ଯେ, ଆମେ ଓଡ଼ିଶାର ପ୍ରତିଟି ମେଡିକାଲ୍ ଓ ଇଞ୍ଜିନିୟରିଂ ଆଶାୟୀଙ୍କୁ ଶ୍ରେଷ୍ଠ ସମ୍ଭବ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବାକୁ ଚାହୁଁଛୁ।

ସମ୍ବନ୍ଧିତ ଖବର