ଜିଓ, ଏୟାର୍‌ଟେଲ୍‌, ଭୋଡାଫୋନ୍‌, ଆଇଡିଆ; ଜାଣନ୍ତୁ ୨୫୦ ଟଙ୍କା ଭିତରେ ଏହି ଟେଲିକମ୍‌ କମ୍ପାନିଙ୍କର ରିଜାର୍ଜ ପ୍ଲାନ୍‌

ମୁମ୍ବାଇ: ରିଲାଏନ୍ସ ଜିଓର ମାକେର୍ଟ ପ୍ରବେଶ ପରେ ଟେଲିକମ୍‌ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଅନେକ ବଢ଼ି ଯାଇଛି। ଭଏସ୍‌ କଲିଂରୁ ନେଇ ଡାଟା ଚାର୍ଜ ଆଦିରେ ଅଭୂତପୂର୍ବକ ଦର ହ୍ରାସ ଘଟିଛି। ପୂର୍ବରୁ କେବଳ ଧନୀକ ବର୍ଗର ବ୍ୟକ୍ତିଗଣ ମନ ଭରି ଡାଟା ବ୍ୟବହାର କରିପାରୁଥିଲେ। ମାତ୍ର ଏବେ ଆଉ ସେକଥା ନାହିଁ। ତେବେ, ଚାଲନ୍ତୁ ଜାଣିବା ମାତ୍ର ୨୫୦ ଭିତରେ କେଉଁ ଟେଲିକମ୍‌ କମ୍ପାନି କିପରି ରିଚାର୍ଜ ପ୍ଲାନ ଯୋଗାଇ ଦେଉଛନ୍ତି।

ରିଲାଏନ୍ସ ଜିଓ: ୧୪୯ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ୪୨ ଜିବି ଇଣ୍ଟର୍‌ନେଟ୍‌ ପ୍ୟାକ୍‌। ଦିନକୁ ଡାଟା ବ୍ୟବହାରର ସୀମା ୧.୫ ଜିବି। ସେହିପରି ୨୫୧ ଟଙ୍କାର ରିଚାର୍ଜ କଲେ ୨୮ ଦିନ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ୧୦୨ ଜିବି ଡାଟା।

ଏୟାର୍‌ଟେଲ୍‌: ଏୟାର୍‌ଟେଲଥ ତା’ର ଗ୍ରାହକଙ୍କୁ ଦେଉଛି ୨୪୯ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ୧୦୨ ଜିବି ଡାଟା। ଦିନକୁ ଡାଟା ବ୍ୟବହାର କରିବାର ସୀମା ୨ ଜିବି।

ଭୋଡାଫୋନ୍‌: ମାତ୍ର ୧୯୯ ଟଙ୍କାରେ ଭୋଡାଫୋନ୍‌ ତା’ର ଗ୍ରାହକମାନଙ୍କୁ ଦେଉଛି ୨୮ ଦିନ ପର୍ଯ୍ୟନ୍ତ ୩୯.୨ ଜିବି ଡାଟା। ଦିନକୁ ମିଳୁଛି ୧.୪ ଜିବି।

ଆଇଡିଆ: ସେହିପରି ଆଇଡିଆର ଗ୍ରାହକମାନେ ମାତ୍ର ୧୭୯ ଟଙ୍କା ରିଜାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ପାଇ ପାରିବେ ୨୮ ଜିବି ଡାଟା। ଦିନକୁ ୧ ଜିବି ଡାଟା ବ୍ୟବହାର କରିହେବ।

ସମ୍ବନ୍ଧିତ ଖବର