ବଜାରରେ ସାମସଙ୍ଗର ନୂଆ ସ୍ମାର୍ଟଫୋନ, ଗାଲାକ୍ସି ଜେ-୪

ନୂଆଦିଲ୍ଲୀ : ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ଏହାର ଗାଲାକ୍ସି ସ୍ମାର୍ଟଫୋନରେ ସଂପ୍ରସାରଣ କରି ନୂତନ ଗାଲାକ୍ସି ଜେ୪ ବଜାର ପ୍ରବେଶ କରାଇଛି । ଗାଲାକ୍ସି ଜେ ଭାରତର ଅନ୍ୟତମ ଲୋକପ୍ରିୟ ସ୍କାର୍ଟଫୋନ । ଗାଲାକ୍ସି ଜେ୪ ବଜାର ପ୍ରବେଶ ଫଳରେ ଏହି ସିରିଜର ସ୍ମାର୍ଟଫୋନ ବଜାର ଦଖଲ ସୁଦୃଢ଼ କରିପାରିବ । ଗାଲାକ୍ସି ଜେ୪ରେ ଅଭିନବ ମେମୋରୀ ପରିଚାଳନା ବ୍ୟବସ୍ଥା ରହିଛି । ଏହି ମେକ୍‌ ଇନ୍‌ ଇଣ୍ଡିଆ ବ୍ୟବସ୍ଥା ଦ୍ୱାରା ସାମାଜିକ ଗଣମାଧ୍ୟମରୁ ଫଟୋ ଓ ଭିଡ଼ିଓ ବିଷୟବସ୍ତୁ ସ୍ୱୟଂକ୍ରିୟ ଭାବେ ମେମୋରୀରେ ସଂରକ୍ଷିତ ହୋଇଥାଏ । ଏଥିରେ ଥିବା ଆଧୁନିକ ମେମୋରୀ ପରିଚାଳନା ବ୍ୟବସ୍ଥା ଦ୍ୱାରା ଯଦି କୌଣସି ଫଟୋ ବା ବିଷୟବସ୍ତୁ ୨ ଥର ରହିଥାଏ ଏହା ତାହାକୁ ଲିଭାଇଥାଏ । ଗାଲାକ୍ସି ଜେ୪ରେ ନିୟନ୍ତ୍ରଣଶୀଳ ସମ୍ମୁଖ ଏଲଇଡ଼ି ଫ୍ଲାସ ରହିଛି । ଏହା ଯୁବପିଢ଼ିଙ୍କୁ ସେଲଫି ନେବାରେ ସହାୟକ ହୋଇଥାଏ । ଏଥିରେ ୧୩ଏମପି ପଶ୍ଚାତ କ୍ୟାମେରା ରହିଛି । ଏଥିସହ ଏଫ୧.୯ ଆପରେଚର ରହିଛି । ଏଥିରେ ୫.୫ ଇଞ୍ଚ ଏଚଡ଼ି ସୁପର ଆମୋଏଲଇଡି଼ ଡ଼ିସପ୍ଲେ ପ୍ରଯୁକ୍ତି ରହିଛି । ଫଳରେ ଦୃଶ୍ୟ ବେଶ ସ୍ପଷ୍ଟ ଓ ଉଜ୍ୱଳ ଦେଖାପଡ଼େ । ଆଣ୍ଡ୍ରଏଡ଼ ଓରିଓ ୮.୦ ଅପରେଟିଂ ବ୍ୟବସ୍ଥା ଏଥିରେ ରହିଛି । ଆମ ଗ୍ରାହକଙ୍କ ଜୀବନ ଶୈଳୀରେ ନୂତନ ମୂଲ୍ୟ ସଂଯୋଜିତ କରିବା ପାଇଁ ସାମସଙ୍ଗ ସର୍ବଦା ଉଦ୍ୟମ କରିଆସିଛି ବୋଲି କହିଛନ୍ତି ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟ ନିର୍ଦ୍ଦେଶକ ସୁମିତ ୱାଲିଆ । ଭାରତରେ ୬୦ ନିୟୁତ ଗାଲାକ୍ସି ଜେ ସିରିଜ ବିକ୍ରି ହେବା ଏହାର ଲୋକପ୍ରିୟତାକୁ ପ୍ରମାଣ କରୁଛି । ଗାଲାକ୍ସି ଜେ୪ରେ ଅନେକ ନୂତନ ବ୍ୟବସ୍ଥା ସଂଯୋଜିତ କରାଯାଇଥିବା ସେ କହିଛନ୍ତି । ଗାଲାକ୍ସି ଜେ୪ର ବ୍ୟାଟେରୀ ଶକ୍ତିି ୩୦୦୦ ଏମଏଏଚ ରହିଛି । ନୀଳ, କଳା ଓ ସୁନେଲି ରଙ୍ଗରେ ଏହା ବଜାରକୁ ଆସିଛି । ୨ଜିବି ପ୍ଲସ ୧୬ ଜିବି ମେମୋରୀର ମୂଲ୍ୟ ୯୯୯୦ ଟଙ୍କା ଥିବାବେଳେ ୩ଜିବି ପ୍ଲସ୍‌ ୩୨ ଜିବିର ମୂଲ୍ୟ ୧୧୯୯୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର