ଫେସ୍‌ବୁକ୍‌ ଭଳି ହ୍ଵାଟସ୍‌ ଆପ୍‌ରେ ବି କରିପାରିବେ ମେସେଜ ସିଡ୍ୟୁଲ

ନୂଆଦିଲ୍ଲୀ: ହ୍ଵାଟସ୍‌ଆପ୍‌ ଦୁନିଆର ସବୁଠାରୁ ବଡ଼ ମେସଜିଂ ଆପ୍‌ ଭାବେ ପରିଚୟ ହାସଲ କରିଛି। ଏକମାସରେ ହ୍ଵାଟସ୍‌ଆପ୍‌କୁ ପାଖାପାଖି ଦେଢ଼ ବିଲିୟନ୍‌ ବ୍ୟବହାକାରୀ ବ୍ୟବହାର କରିଥାଆନ୍ତି। ତେବେ ଫେସ୍‌ବୁକ୍‌ ଭଳି ହ୍ଵାଟସ୍‌ ଆପ୍‌ରେ ବ ମେସେଜ ସିଡ୍ୟୁଲ କରିବା ନେଇ ଏକ ଆପ୍‌ ବାହାରିଛି। ଯାହା ଜରିଆରେ ଆପଣ ହ୍ଵାଟସ୍‌ଆପ୍‌ରେ ବି ଭିଡିଓ, ଫଟୋ ଓ ମେସେଜ ଆଦି ସିଡ୍ୟୁଲ କରି ପାରିବେ । ଏହି ସୁବିଧା ପୂର୍ବରୁ କେବଳ ଫେସ୍‌ବୁକ୍‌ରେ ହିଁ ଉପଲବ୍ଧ ଥିଲା।

ଫେସ୍‌ବୁକ୍‌ ପେଜ ନିଜର ବ୍ୟବହାରକାରୀଙ୍କୁ ନିଜର ପୋଷ୍ଟ, ଭିଡିଓ ଆଦି ସିଡ୍ୟୁଲ କରିବାର ବିକଳ୍ପ ଦେଇଥାଏ। କିନ୍ତୁ ହ୍ଵାଟସ୍‌ ଆପ୍‌ରେ ଏହି ସବୁିଧା ବ୍ୟବହାରକାରୀଙ୍କୁ ମିଳି ନଥାଏ। ଏହି କାରଣରୁ ବ୍ୟବହାରକାରୀ କିଛି ଗୁରୁତ୍ୱପୁର୍ଣ୍ଣ ଇଭେଣ୍ଟକୁ ଭୁଲି ଯାଇ ଥାଆନ୍ତି। ତେବେ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଏକ ଆପ୍‌ ଲଞ୍ଚ ହୋଇଛି।

ଗୁଗୁଲ ପ୍ଲେ ଷ୍ଟୋରରେ ଏଭଳି କିଛି ଆପ୍‌ ରହିଛି ଯାହା ଜରିଆରେ ବ୍ୟବହାରକାରୀ ହ୍ଵାଟସ୍‌ ଆପ୍‌ରେ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ନିଜର ମେସେଜକୁ ସିଡ୍ୟୁଲ କରି ପାରିବେ। ଏହି କ୍ରମରେ ଗୋଟିଏ ଆପ୍‌ ହେଉଛି SKEDit। ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ କରି ପାରିବେ। ଏହି ଆପ୍‌ରେ ଆପଣଙ୍କୁ ଆକାଉଣ୍ଟ ବନାଇବାକୁ ପଡ଼ିବ କିମ୍ବା ଫେସ୍‌ବୁକ୍‌ ଆକାଉଣ୍ଟରୁ ବି ସାଇନ୍‌ ଇନ୍‌ କରି ବି କରି ପାରିବେ।

ଲଗ୍‌ଇନ୍‌ କରିବା ପରେ ବ୍ୟବହାରକାରୀଙ୍କୁ ହ୍ଵାଟସ୍‌ଆପ୍‌ ବିଜନେସ୍‌ ଓ ହ୍ଵାଟସ୍‌ଆପ୍‌ ଆଇକନ୍‌ ଦେଖିବାକୁ ମିଳିବ। ଏଥିରେ ବିଭିନ୍ନ ପ୍ରକାର ଅନୁମତି ମାଗିବ। ଯାହାକୁ ଆକସେସ୍‌ କରିଲା ପରେ ଆପଣ ଯାହାବି କିଛି ସିଡ୍ୟୁଲ କରିବେ ତାହା ସ୍ୱୟଂଚାଳିତ ଭାବେ ଅନ୍ୟ ବ୍ୟବହାରକାରୀଙ୍କ ପାଖକୁ ଚାଲିଯିବ। ହ୍ଵାଟସ୍‌ ଆପ୍‌ରେ ସିଡ୍ୟୁଲ କରିବା ବ୍ୟତୀତ ଫେସ୍‌ବୁକ୍‌ରେ ପୋଷ୍ଟ ସିଡ୍ୟୁଲ, ଟେକ୍ସ ମେସେଜ, ଇମେଲ, କଲିଙ୍ଗ ଭଳି ଫିଚର ବି ଆପ୍‌ରେ ମିଳିବ।

ସମ୍ବନ୍ଧିତ ଖବର