ଏସ୍‌ଏଲ୍‌ଏଫ୍‌ସିର ୧୦୦ତମ ବୈଠକ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ଫାସିଲିଟେସନ୍‌ ସେଲ୍‌ (ଏସ୍‌ଏଲ୍‌ଏଫ୍‌ସି)ର ୧୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୫ ଅଗଷ୍ଟରେ ଆରମ୍ଭ ହେବା ପରଠାରୁୁ ଏସ୍‌ଏଲ୍‌ଏଫ୍‌ସି ପକ୍ଷରୁ ୧,୭୩,୨୭୦ କୋଟି ଟଙ୍କାର ୯୮ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପାରାଦୀପରେ ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌ର ୫୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ପାରାଦୀପ ଫସ୍‌ଫେଟ୍‌ର ୯୪୫୯ କୋଟି ଟଙ୍କାର ପ୍ରକଳ୍ପକୁ ଏହି ସେଲ୍‌ ମଞ୍ଜୁର କରିଥିଲା। ଫାସିଲିଟେସନ୍‌ ସେଲ୍‌ ସବୁଜ ପ୍ରକଳ୍ପକୁ ସମୀକ୍ଷା ଏବଂ ମଞ୍ଜୁର କରିବା ପାଇଁ ହାରାହାରି ୭.୪୧ ଦିନ ସମୟ ନେଇଥିବା ବେଳେ ଅଣ ସବୁଜ ପ୍ରକଳ୍ପଗୁଡ଼ିକ ପାଇଁ ୧୩.୨୬ ଦିନ ନେଇଛି। ଇତି ମଧ୍ୟରେ ଏହି ସେଲ୍‌ ପକ୍ଷରୁ ଶିଳ୍ପର ୨୦୧ଟି ଅଭିଯୋଗର ମଧ୍ୟ ସମାଧାନ କରାଯାଇଛି।

ସମ୍ବନ୍ଧିତ ଖବର