ଚିନି କଳ ପାଇଁ ଆସିବ ୭୦୦୦ କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ: ଆଖୁ ଚାଷୀମାନଙ୍କୁ ୨୨ ହଜାର କୋଟି ଟଙ୍କାର ପ୍ରାପ୍ୟ ପ୍ରଦାନ କରିପାରିନଥିବା ଚିନି କଳଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବାକୁ କେନ୍ଦ୍ର ସରକାର ୭୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିବେ। ଆସନ୍ତାକାଲି ହେବାକୁ ଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବରେ ମୋହର ଲାଗିବ। ଗତମାସରେ ଆଖୁ ଚାଷୀଙ୍କ ପାଇଁ ସରକାର ୧୫୦୦ କୋଟିଟଙ୍କାର ସବ୍‌ସିଡି ପ୍ୟାକେଜ୍‌ ଘୋଷଣା କରିଥିଲେ। ଦେଶରେ ୩୧.୬ ନିୟୁତ ଟନ୍‌ର ରେକର୍ଡ ଆଖୁ ଉତ୍ପାଦନ ହୋଇଥିବା ବେଳେ ବଜାରରେ ଚିନି ଦର କମିଯିବାରୁ ଚିନି କଳଗୁଡ଼ିକ ଆଖୁ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିପାରୁନାହାନ୍ତି। କେବଳ ଉତ୍ତର ପ୍ରଦେଶରେ ଆଖୁ ଚାଷୀମାନଙ୍କ ୧୨ ହଜାର କୋଟି ଟଙ୍କାର ପ୍ରାପ୍ୟ ବାକି ପଡ଼ିଛି।

ସମ୍ବନ୍ଧିତ ଖବର