‘ସୂତ୍ର’ର ୨ ଦିନିଆ ପ୍ରଦର୍ଶନୀ ଆରମ୍ଭ

ଭୁବନେଶ୍ୱର: ବିବାହ, ବିଭିନ୍ନ ପ୍ରକାର ଉତ୍ସବ, ପର୍ବପର୍ବାଣୀ ପାଇଁ ଲାଇଫଷ୍ଟାଇଲ ଓ ଫେସନ୍‌ ପୋଷାକ ଓ ଉତ୍ପାଦର ଦୁଇ ଦିନିଆ ସ୍ୱତନ୍ତ୍ର ପ୍ରଦର୍ଶନୀ ‘ସୂତ୍ର’ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ରେ ଏହି ଦୁଇଦିନିଆ ପ୍ରଦର୍ଶନୀ ଚାଲିଛି। ଫେସନ ଏବଂ ଲାଇଫ୍‌ଷ୍ଟାଇଲ ପୋଷାକଠାରୁ ଆରମ୍ଭ କରି ହୋମ୍‌ ଡେକୋର ଓ ଅନ୍ୟାନ୍ୟ ଆସେସୋରିଜ୍‌ ଏଠାରେ ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଥିବାରୁ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଏଠାରେ କ୍ରିଏଟିଭ ହବ୍‌, ବେଙ୍ଗାଲୁରୁର ପାଇସେସୋରିଜ୍‌, ମୁମ୍ବାଇର କିରା, ଭିଭାନ କ୍ରିଏସନ୍ସ, ଜୟପୁରର ସୋମାୟା, କୋଲକାତାର ଭିରାଚି, ବେରିସ୍‌, ଜେଡ୍‌ଓଆଇ, ରାଜନନ୍ଦିନୀ ଡ୍ରେପ୍‌ସ, ଚିତ୍ରା ଗୋଏଙ୍କା, ଲୁଧିଆନାର ଫ୍ଲିର୍ଟ ଓ୍ଵିଥ ଫେସନ୍‌, ରାୟପୁରର ତାନ୍‌ଭିଙ୍କ ଦ୍ୱାରା ଗୋଲ୍‌ଡେନ୍‌ ବ୍ରାଇଡ୍‌,ରିଶବ୍‌ କଲେକ୍‌ସନ୍ସ, ମୁମ୍ବାଇର ଫିଦା ଆଦିର ମଲ୍ଟିବ୍ରାଣ୍ଡ୍‌ ଉତ୍ପାଦ ଉପଲବ୍ଧ ହୋଇଛି। ନିଜ ନିଜ କ୍ଷେତ୍ରର ସର୍ବଶ୍ରେଷ୍ଠ ଉତ୍ପାଦ ନିର୍ମାତାମାନେ ଏହି ପ୍ରଦର୍ଶନୀରେ ଭାଗ ନେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଷ୍ଟଲ ଖୋଲିଛନ୍ତି। ଭାରତୀୟ ପୋଷାକଠାରୁ ଆରମ୍ଭ କରି ପାଶ୍ଚାତ୍ୟ ପୋଷାକ, ସ୍ମାର୍ଟ କାଜୁଆଲରୁ ଟ୍ରେଣ୍ଡି ପୋଷାକ ଏବଂ ଆସେସୋରିଜ୍‌, ହୋମ ଡେକୋର, ଲାଇଫ୍‌ଷ୍ଟାଇଲ ଉତ୍ପାଦ ଏଠାରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର