ଏଭନ୍‌ ସାଇକଲ୍‌ର ପ୍ରଚାର କରିବେ ଟାଇଗର୍‌

ଭୁବନେଶ୍ବର: ଏଭନ୍ ସାଇକଲ୍‌ସ ତରଫରୁ ବଲିଉଡ୍ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। କଂପାନିର ସାଇକଲ୍‌କୁ ‌ଯୁବପିଢ଼ିଙ୍କ ପାଇଁ ଶ୍ରେଷ୍ଠ ସ୍ବାସ୍ଥ୍ୟ ଉପକରଣ ଭାବେ ଟାଇଗର୍‌ ପ୍ରଚାର କରିବେ। ଏ ସମ୍ପର୍କରେ କଂପାନିର ସିଏମ୍‌ଡି ଓଁକାର ସିଂହ ପହୱା କହିଛନ୍ତି ଯେ, ବିଗତ ୬୮ ବର୍ଷ‌ରେ ଆମେ ବିଶ୍ବାସ ଓ ଭରସାର ଏକ ପରିଚୟ ସୃଷ୍ଟି କରିଛୁ। ପ୍ରଥମ ଥର ପାଇଁ ଆମେ ଜଣେ ସେଲିବ୍ରିଟିଙ୍କ ସହିତ ସହଭାଗିତା ସ୍ଥାପନ କରିଛୁ। ଯୁବପିଢ଼ିଙ୍କ ସହିତ ଟାଇଗର୍‌ ଶୀଘ୍ର ସମ୍ପର୍କ ସ୍ଥାପନ କରିପାରିବେ ଏବଂ ତାଙ୍କ ଜରିଆରେ ଆମେ ଆମର ଗ୍ରାହକଙ୍କ ପାଖରେ ସୁବିଧାରେ ପହଞ୍ଚିପାରିବୁ ବୋଲି ସେ କହିଛନ୍ତି। ଯୁବପିଢ଼ିଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଆମର ଏକ ଶ୍ରେଷ୍ଠ ରଣନୀତି ବୋଲି କଂପାନିର ଯୁଗ୍ମ ପରିଚାଳନା ନିର୍ଦେଶକ ଋଷି ପହୱା କହିଛନ୍ତି। କଂପାନି ତରଫରୁ ସାଇକ୍ଲକ୍ସ ବର୍ଗର ସାଇକଲ୍‌କୁ ନିକଟରେ ଉନ୍ମୋଚନ କରାଯାଇଥିଲା। ଏହା ଜରିଆରେ ୨୦୨୦ ସୁଦ୍ଧା କଂପାନି ଏହାର ବଜାର ଅଂଶକୁ ୨୫%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏବେ ଦେଶର ଶ୍ରେଷ୍ଠ ତିନି ସାଇକଲ୍ ନିର୍ମାତା ମଧ୍ୟରେ ଏଭନ୍‌ର ନାମ ରହିଛି।

ସମ୍ବନ୍ଧିତ ଖବର