ଭିଡିଓକନ୍କୁ ଦେବାଳିଆ ଘୋଷଣା କରାଯିବ!
ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଇଁ ଘରେ ଘରେ ପରିଚିତ ଥିବା ଭିଡିଓକନ୍କୁ ଖୁବ୍ଶୀଘ୍ର ଦେବାଳିଆ ଘୋଷଣା କରାଯାଇପାରେ। ବ୍ୟାଙ୍କଗୁଡ଼ିକର ୨୦ ହଜାର କୋଟି ଟଙ୍କାର ଋଣକୁ ଭିଡିଓକନ୍ ଫେରାଇ ପାରୁନାହିଁ। କଂପାନି ବିରୋଧରେ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏନ୍ସିଏଲ୍ଟିରେ ମାମଲା ଦାୟର କରାଯାଇଥିଲା। ସେହି ମାମଲାକୁ ଟ୍ରିବ୍ୟୁନାଲ୍ ଗ୍ରହଣ କରିଛନ୍ତି।