ନୂଆଦିଲ୍ଲୀ: ଭୋଡ଼ାଫୋନ୍ ଗ୍ରାହକଙ୍କ ପାଇଁ ଏକ ନୂତନ ଅଫର ଆରମ୍ଭ କରିଛି। ବର୍ତ୍ତମାନ ଭୋଡ଼ାଫୋନ୍ ନିଜର ପୁରୁଣା ଡାଟା ସୀମାକୁ ଦୁଇଗୁଣ କରିଦେଇଛି । ଭୋଡ଼ାଫୋନର ୩୪୮ ଟଙ୍କାର ରିଚାର୍ଜରେ ଏବେ ଅସୀମିତ ଲୋକାଲ-ଏସଟିଡ଼ି ଓ ରୋମିଙ୍ଗରେ ଆଉଟଗୋଇଙ୍ଗ୍ କଲର ସୁବିଧା ମିଳିବ । ଏହା ବ୍ୟତୀତ ଗ୍ରାହକଙ୍କୁ ବ୍ୟବହାର କରିବା ପାଇଁ ପ୍ରତିଦିନ୨ ଜିବି ଡାଟା ଦିଆଯାଉଛି । ଏହି ଯୋଜନାର ବୈଧତା ୨୮ ଦିନ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅସୀମିତ କଲିଂର ଲାଭ ଉଠାଇବା ପାଇଁ ରହିଛି ଏକ ସର୍ତ୍ତ । ସର୍ତ୍ତ ଅନୁସାରେ ଗ୍ରାହକ ଗୋଟିଏ ଦିନରେ ୨୫୦ରୁ ଅଧିକ କଲ କରିପାରିବେ ନାହିଁ । ଏହା ବ୍ୟତୀତ ପୁରା ସପ୍ତାହରେ ୧୦୦୦ରୁ ଅଧିକ କଲ୍ କରିପାରିବେ ନାହିଁ । ଗ୍ରାହକ ଯଦି ଏକ ସପ୍ତାହରେ ୧୦୦୦ରୁ ଅଧିକ କଲ କରନ୍ତି, ତେବେ ତାଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏହାସହ ପୁରୁଣା ପ୍ୟାକ୍ ଅନୁସାରେ ପ୍ରତିଦିନ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ୧ ଜିବି ଡାଟା ମିଳୁଥିଲା ।
ଭୋଡ଼ାଫୋନ୍ ନିକଟରେ ୮୪ଦିନର ଯୋଜନା ଲଞ୍ଚ କରିଛି । ଏହି ଯୋଜନା ଅନୁସାରେ ଗ୍ରାହକଙ୍କୁ ଅସୀମିତ କଲିଂର ସୁବିଧା ଯୋଗାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଗ୍ରାହକ ରୋମିଙ୍ଗରେ ମଧ୍ୟ ମାଗଣା କଲ୍ କରିପାରିବେ। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ହାଇ ସ୍ପିଡ଼୍ ଡାଟା ମିଳିବ । ଏହାସହ ଏହି ଯୋଜନାରେ ପ୍ରତିଦିନ ୧୦୦ ଏସଏମଏସ୍ ମଧ୍ୟ ମିଳିବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ୫୦୯ ଟଙ୍କା ରିଚାର୍ଜ କରାଇବାକୁ ପଡ଼ିବ ।
ଏହା ବ୍ୟତୀତ ଭୋଡ଼ାଫୋନର ଦ୍ୱିତୀୟ ଯୋଜନାର ମୂଲ୍ୟ ୪୫୮ ଟଙ୍କା ରହିଛି। ଏହି ଯାଜନାରେ ୭୦ ଦିନର ବୈଧତା ମିଳିବ । ଏଥିରେ ମଧ୍ୟ ଗ୍ରାହକ ୧ଜିବି ଡାଟା ଓ ଅସୀମିତ କଲିଂର ଫାଇଦା ଉଠାଇ ପାରିବେ।
ସୂଚନାଯୋଗ୍ୟ, ଭୋଡ଼ାଫୋନ୍ ଗ୍ରାହକଙ୍କୁ ଜୀବନବୀମା ଯୋଗାଇ ଦେବା ପାଇଁ ନିକଟରେ ନୂଆ ଯୋଜନା ଲଂଚ କରିଛି। ଏହି ଯୋଜନା ମୁତାବକ ଆବିବା ଲାଇଫ ଇନସ୍ୟୁରାନ୍ସ ତରଫରୁ ଜୀବନବୀମା ଯୋଗାଇ ଦିଆଯିବ ।