ଆଗ୍ରା: ବିବାହ ମହୋତ୍ସବରେ ଜଣେ ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ଇଟା ଜିଲ୍ଲାରେ ନାବାଳିକା ଜଣକ ବିବାହ ମହୋତ୍ସବରେ ଯୋଗଦେବାକୁ ଯାଇଥିଲା। ଏହି ଅପରାଧ ଶୀତଲପୁର ଗ୍ରାମର ଜଣେ ଯୁବକ ଦ୍ୱାରା ହୋଇଛି ବୋଲି କୋତଓ୍ଵାଲି ଥାନା ପୁଲିସ କହିଛି। ବିବାହସ୍ଥଳ ନିକଟକୁ ଲାଗି ଥିବା ଏକ ନିର୍ମାଣାଧୀନ ଘର ଭିତରୁ ନାବାଳିକାର ମୃତଦେହ ମିଳିଛି। ଘଟଣା ପରେ ଅଭିଯୁକ୍ତ ସୋନୁ ଜାତଭ ଫେରାର ହୋଇ ଯାଇଥିଲା କିନ୍ତୁ ତାକୁ ପୁଲିସ ଗିରଫ କରିଛି। ପୁଲିସ କହିବା ଅନୁସାରେ ଶୀତଳପୁର ହେଉଛି ନାବାଳିକର ଘର ଓ ସେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ଭଉଣୀର ବାହାଘରରେ ଯୋଗଦେବାକୁ ଅଭିଭାବକଙ୍କ ସହିତ ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବାଳିକାର ବାପାଙ୍କର ଏକ ଛୋଟ କପଡ଼ା ଦୋକାନ ଅଛି ଓ ଆର୍ଥିକ ଅଭାବ ଭିତରେ ପରିବାର ଚାଲୁଛି। ବିବାହ ମହୋତ୍ସବ ଚାଲିଥିବା ବେଳେ ବାଳିକା ନିଖୋଜ ହୋଇ ଯାଇଥିଲେ। ବହୁ ସମୟ ଧରି ଖୋଜାଖୋଜି କରିବା ପରେ ରାତି ୧୨ଟା ୩୦ରେ ଅର୍ଦ୍ଧନଗ୍ନ ଶରୀର ଗୁରୁତର ଅବସ୍ଥାରେ ନିର୍ମାଣାଧୀନ କୋଠାରୁ ମିଳିଥିଲା। ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ତାକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା।