ପରକୀୟା ପ୍ରୀତି ସଂପର୍କରେ ପୁଅ ଜାଣିବା ପରେ ପ୍ରେମିକ ସହ ମିଶି ନିଜର ୯ ବର୍ଷୀୟା ପୁଅକୁ ହତ୍ୟା କଲେ ମହିଳା
ହାଇଦ୍ରାବାଦ୍: ତେଲେଙ୍ଗାନାର ନାଲଗୋନ୍ଦା ଅଞ୍ଚଳରେ ଥିବା ବୁଦରାମ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମାଆ ନିିଜର ପରକୀୟା ପ୍ରୀତିକୁ ଲୁଚାଇ ରଖିବା ପାଇଁ ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଧୋକା ଦେଇ ଅନ୍ୟ ଜଣେ ପୁରୁଷଙ୍କ ସହ ସଂପର୍କ ରଖିଥିଲେ। ଏକଥା ତାଙ୍କ ପୁଅ ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବାପାଙ୍କୁ ମାଆଙ୍କ କଳାକାରନାମା ବିଷୟରେ କହିବାକୁ ଧମକ ଦେଇଥିଲେ। ମହିଳା ଜଣକ ସେହି ଭୟରେ ଆସି ନିଜ ପୁଅକୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରି ହତ୍ୟା କରିଥିବା ଅଭିଯୋଗ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତା ମହିଳା ଓ ତାଙ୍କ ପ୍ରେମିକ ମିଶି ୯ ବର୍ଷୀୟ ଶିଶୁର ହତ୍ୟା କରିଛନ୍ତି। ମହିଳାଙ୍କୁ ଶନିବାର ପୁଲିସ୍ ହେପାଜତରେ ରଖା ଯାଇଥିଲା। ପଚରାଉଚରା ସମୟରେ ସେ ନିଜ ପୁଅକୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ବୀକାର କରିଛନ୍ତି। ପ୍ରଥମରୁ ମହିଳା ଜଣକ ଦୋଷ ସ୍ବୀକାର ନକରି ତାଙ୍କ ପୁଅର ମୃତ୍ୟୁ ପ୍ରାକୃତିକ ବୋଲି କହିଥିଲେ। ମାତ୍ର ପରେ ପୁଲିସ୍ ବାରମ୍ବାର ଚାପ ପକାଇବାରୁ ନିଜେ କରିଥିବା ଅପରାଧକୁ ପୁଲିସ୍ ସାମ୍ନାରେ ସ୍ବୀକାର କରିଛନ୍ତି।
ଜାଣିବାକୁ ମିଳିଛି ଯେ ମହିଳା ଜଣକ ଗତ ଏକ ବର୍ଷ ହେବ ପରକୀୟା ପ୍ରୀତିରେ ଲିପ୍ତ ଅଛନ୍ତି। କିଛି ଦିନ ତଳେ ଏ ସଂପର୍କରେ ତାଙ୍କ ସ୍ବାମୀଙ୍କୁ ଜଣାପଡ଼ିବା ପରେ ମହିଳାଙ୍କ ସ୍ବାମୀ ଏପରି ଏକ ସଂପର୍କକୁ ଶେଷ କରିବାକୁ ମହିଳାଙ୍କ ପରାମର୍ଶ ଦେଇଥିଲେ। ମାତ୍ର ମହିଳା ଜଣକ ତା’ପରେ ବି ସଂପର୍କ ଚାଲୁ ରଖିଥିଲେ। ଦିନେ ମହିଳାଙ୍କ ୯ ବର୍ଷୀୟ ପୁଅ ତାଙ୍କୁ ୬୦ ବର୍ଷୀୟ ତାଙ୍କ ପ୍ରେମିକଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବା ପରେ ନିଜ ବାପାଙ୍କୁ କହିଦେବାକୁ ଧମକ ଦେଇଥିବାରୁ ମହିଳା ଜଣକ ପିଲାଟିର ହତ୍ୟା କରିଥିବା ଜାଣିବାକୁ ମିଳିଛି।