ପ୍ରସବ କରାଇବା ପରେ ମହିଳାଙ୍କ ପେଟରେ ତଉଲିଆ ଛାଡ଼ି ଦେଲେ ଡାକ୍ତର

ବହରାଇଚ: ଉତ୍ତରପ୍ରଦେଶର  ବହରାଇଚରେ  ଡାକ୍ତରଙ୍କ ଅହହେଳା ନେଇ ପୁଣି ଥରେ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ଜଣେ ମହିଳାଙ୍କ ପ୍ରସବ କରାଇବା ପରେ ତାଙ୍କ ପେଟ ଭିତରେ ତଉଲିଆ ଛାଡ଼ି ଦେଇଥିବା ଜଣାପଡ଼ିଛି। ମହିଳାଙ୍କ ପେଟରେ ତଉଲିଆ ଥିବା ହେତୁ ଅସ୍ତ୍ରୋପଚାର ପରେ ତାଙ୍କୁ ବହୁତ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ଏଥିପାଇଁ ଡାକ୍ତର ତାଙ୍କୁ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ଦେଇଥିଲେ ବି କୌଣସି ପ୍ରକାର ଲାଭ ମିଳି ନଥିଲା। ଏହାପରେ ମହିଳା ଅନ୍ୟ ଏକ ନର୍ସିଂ ହୋମ୍‌କୁ ଅଲଟ୍ରାସାଉଣ୍ଡ ପାଇଁ ଯାଇଥିଲେ। ଏଠାରେ ଅଲଟ୍ରାସାଉଣ୍ଡ କରାଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ଏଭଳି ଏକ ମାମଲା ବହରାଇଚର ଏକ ନର୍ସିଂ ହୋମରେ ଘଟିଛି। ବଳରାମପୁର ଜିଲ୍ଲା ଶ୍ରୀନଗର କଟୁଆରେ ମୀରା ଦେବୀ ବସବାସ କରନ୍ତି। ଏକ ମାସ ପୂର୍ବରୁ ପ୍ରସବ ପୀଡା ହେତୁ ସେ ବଳରାମପୁରର ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କର ଅପରେସନ୍‌ କରାଯାଇ ଡେଲିଭରୀ କରାଯାଇଥିଲା। କିନ୍ତୁ ଡାକ୍ତର ଅବହେଳାବଶତଃ ମୀରା ଦେବୀଙ୍କ ପେଟରେ ଏକ ତଉଲିଆ ଛାଡ଼ି ଦେଇଥିଲେ। ଫଳରେ ତାଙ୍କ ପେଟରେ ଏକ ଅଦ୍ଭୁତ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ସେ ଡାକ୍ତରଙ୍କ ପାଖରୁ ଏ ନେଇ ବିିଭିନ୍ନ ପ୍ରକାର ଔଷଧ ଖାଇଥିଲେ କିନ୍ତୁ ଯନ୍ତ୍ରଣା କମି ନ ଥିଲା । ତେଣୁ ସେ ବହରାଇଚ ଜିଲ୍ଲା ମହିଳା ରୋଗ ବିଶେଷଜ୍ଞ ଡାକ୍ତର ସୁଷମା ମିଶ୍ରା ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ମହିଳାଙ୍କ ପେଟର ଅଲଟ୍ରାସାଉଣ୍ଡ କରାଯାଇଥିଲା। ଏହି ଅଲଟ୍ରାସାଉଣ୍ଡ ରିପୋର୍ଟରୁ ମହିଳାଙ୍କ ପେଟରେ ତଉଲିଆ ଥିବା ଜଣାପଡ଼ିଥିଲା। ଡାକ୍ତର ଅସ୍ତ୍ରୋପଚାର କରି ଏହି ତଉଲିଆକୁ ମହିଳାଙ୍କ ପେଟ ଭିତରକୁ ବାହାର କରି ଦେଇଥିଲେ। ଏବେ ମହିଳା ସୁସ୍ଥ ଅଛନ୍ତି। ଯିଏବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ ଦୃଢ଼କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବହରାଇଚ ନର୍ସିଂ ହୋମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର