ଫୋନ୍‌ ବାଜିବାରୁ ଜାଣିଲା ପୁଲିସ, କଏଦୀ ପେଟରୁ ବାହାରିଲା ମୋବାଇଲ ଫୋନ ଓ ଚାର୍ଜର

ନୂଆଦିଲ୍ଲୀ : ଜେଲ୍‌ରେ ବନ୍ଦୀ ଥିବା ଜଣେ କଏଦୀର ପେଟରୁ ମୋବାଇଲ ଫୋନ ବାହାରିବା ଭଳି ଘଟଣା ସାମ୍ନାକୁ ଆସିଛି । ଖବରଟି ଶୁଣି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ବିଚାରଧୀନ କଏଦୀଙ୍କୁ କୋର୍ଟରୁ ଜେଲ୍‌କୁ ଅଣାଯାଉଥିବା ବେଳେ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା । ହଠାତ୍‌ ଫୋନ ବାଜି ଉଠିବାରୁ ପୁଲିସକର୍ମୀ ଏପଟ ସେପଟ ଖୋଜିବାରେ ଲାଗି ପଡ଼ିଥିଲେ । କିନ୍ତୁ କାହା ପାଖରେ ମଧ୍ୟ ବାଜୁଥିବା ଫୋନ ମିଳି ନଥିଲା । ଯାହା ପରେ ପୂରା ଘଟଣା ପୁଲିସ ସାମ୍ନାକୁ ଆସିଥିଲା ।

इस जेल में कैदी के पेट से मिले 4 मोबाइल फोन
oneindia.com

ସୂଚନା ମୁତାବକ, ଫୋନ ନ ମିଳିବାରୁ ପୁଲିସକର୍ମୀମାନେ ଶେଷରେ କଏଦୀ ଉପରେ ସନ୍ଦେହ କରି ଯାଞ୍ଚ କରିଥିଲେ । କିନ୍ତୁ କଏଦୀ ପାଖରୁ କିଛି ବି ମିଳି ନଥିଲା । ଫୋନର ଘଣ୍ଟିକୁ ଭଲ ଭାବରେ ଶୁଣିବା ପରେ ଘଣ୍ଟିଟି କଏଦୀର ପେଟ ଭିତରେ ବାଜୁଥିବା ଭଳି ଅନୁଭବ ହୋଇଥିଲା । ଏହା ପରେ କଏଦୀକୁ ପଚରାଯିବା ପରେ ସେ ସବୁ ସତ ମାନିନେବା ସହ ପେଟରେ ଫୋନ ଓ ଚାର୍ଜର ଥିବା କଥା ମାନିଥିଲା । ଡାକ୍ତର ସର୍ଜରୀ କରି ଫୋନକୁ ବାହାର କରିଥିବା ବେଳେ ଚାର୍ଜର ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତଜଣଙ୍କ ଏଭଳି ଉଦ୍ୟମ କରି ବିଫଳ ହୋଇଥିଲା ଅଭିଯୁକ୍ତ । ଯାହା ପାଇଁ ସେ ଫୋନକୁ ପେଟ ଭିତରେ ଲୁଚାଇ ନେବା ପାଇଁ ଚେଷ୍ଟା କରିଥିଲା ।

ସମ୍ବନ୍ଧିତ ଖବର