ନୂଆଦିଲ୍ଳୀ: ଅଳିଆଗଦାରୁ, ରାସ୍ତାକଡ଼ରୁ, ନାଳନର୍ଦମାରୁ ନବଜାତକ ଉଦ୍ଧାର ହେବା କଥା ପ୍ରାୟ ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। କେହି କେହି କନ୍ୟ ସନ୍ତାନ ପ୍ରତି ବିତସ୍ପୃହ ଭାବ ଦେଖାଇ ନବଜାତକଙ୍କ ପ୍ରତି ଏପରି ଆଚରଣ କରିଥାନ୍ତି ତ ପୁଣି କେହି ଅନୈତିକ ସଂପର୍କକୁ ଲୁଚାଇବା ପାଇଁ ଏପରି ଏକ ଜଘନ୍ୟ ଅପରାଧ ଚରିବାକୁ ଉଚିତ ମଣନ୍ତି। ମାତ୍ର ଏବେ ଯେଉଁ ଖବରଟି ହସ୍ତଗତ ହୋଇଛି ତାହା ସଂପୂର୍ଣ୍ଣ ନିଆରା। କୌଣସି ଅଳିଆ ଗଦା ବା ରାସ୍ତାକଡ଼ରୁ ନୁହେଁ ବରଂ ନବଜାତକ ଉଦ୍ଧାର ହୋଇଛି ଏକ ଚଳନ୍ତା ବିମାନ ମଧ୍ୟରୁ।
Body of newborn baby found on Guwahati-Delhi Air Asia flight. Delhi police and airport security begin investigation. pic.twitter.com/x3Ue60mXIp
— ANI (@ANI) July 25, 2018
ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ବୁଦବାର ଗୌହ୍ଵାଟୀରୁ ଦିଲ୍ଲୀ ଉଡ଼ାଣ ଭରୁଥିବା ଏକ ବିମାନର ଶେଚାଳୟ ମଧ୍ୟରୁ ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି। ଶିଶୁଟିର ପାଟିରେ କାଗଜ ବିଣ୍ଡା ଦିଆଯାଇଥିବା ବିମାନ କର୍ତ୍ତୃପକ୍ଷ ଦେଖିବାକୁ ପାଇଛନ୍ତି। ପୁଲିସ୍ ସନ୍ଦେହ କରୁଛି ଯେ ଶିଶୁଟି ସେହି ବିମାନ ମଧ୍ୟରେ ହିଁ ଜନ୍ମ ନେଇଛି। ଜନ୍ମଦାତ୍ରୀ ଜଣକ ହେଉଛନ୍ତି ଇମ୍ଫାଲର ଜଣେ ନାବାଳିକା। ଦିଲ୍ଳୀ ପୁଲିସ୍ ଓ ବିମାନ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।