ପତ୍ନୀଙ୍କୁ ସରପ୍ରାଇଜ ଗିଫ୍ଟ ଦେବା ପାଇଁ ଅନ୍‌ଲାଇନ୍‌ରେ ଯବାନ ସ୍ୱାମୀ ମଗାଇଥିଲେ ମୋବାଇଲ, ଆସିଲା ୧୦ଟଙ୍କିଆ ସାବୁନ୍‌

କାନ୍‌ପୁର: ଉତ୍ତରପ୍ରଦେଶ କାନପୁରର ଜଣେ ଯବାନଙ୍କୁ ଅନ୍‌ଲାଇନ୍‌ରେ ମୋବାଇଲ କିଣିବା ମହଙ୍ଗା ପଡ଼ିଛି। ଆଇଟିପିପି ମୁଖ୍ୟାଳୟରେ କାର୍ଯ୍ୟରତ ଯବାନ ନିଜର ପତ୍ନୀଙ୍କୁ ସରପ୍ରାଇଜ ଗିଫ୍ଟ ଦେବା ପାଇଁ ଆମାଜନ୍‌ କମ୍ପାନିରୁ ମୋବାଇଲ ବୁକ୍‌ କରିଥିଲେ। ପାର୍ସଲ ଆସିବା ପରେ ସେ ଖୋଳକୁ ଖୋଲି ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପାର୍ସଲ ଭିତରେ ମୋବାଇଲ ବଦଳରେ ଥିଲା ୧୦ଟଙ୍କିଆ ସାବୁନ୍‌। ଯବାନ ଏହି ଘଟଣାକୁ ନେଇ ଆମାଜନ୍‌ କମ୍ପାନିକୁ ଅଭିଯୋଗ କରିଥିଲେ କିନ୍ତୁି ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ନଥିଲା। ସେ ବାରମ୍ବାର କମ୍ପାନିକୁ ଫୋନ୍‌ କରିଥିଲେ ହେଁ ତାଙ୍କ ନମ୍ବରକୁ ବ୍ଲକ୍‌ରେ ପକାଇ ଦେଇଥିଲେ। ଏହାପରେ ଯବାନ ଏହି ଘଟଣାକୁ ନେଇ କାନପୁର ଏସଏସପି ନିକଟରେ ଅଭିଯୋଗ କରିଥିଲେ।

କାନପୁରର ମହାରାଜପୁର ଥାନା ଅଞ୍ଚଳରେ ଥିବା ଆଇଟିବିପି କ୍ୟାମ୍ପରେ ଥିବା ଯବାନ ଅରୁଣ କୁମାର ମଣ୍ଡଲ ଆମାଜନ୍‌ କମ୍ପାନିରୁ ଏକ ମଲ୍ଟିମିଡିଆ ମୋବାଇଲ ଫୋନ୍‌ ଅନ୍‌ଲାଇନ୍‌ ଜରିଆରେ ପତ୍ନୀଙ୍କ ପାଇଁ ମଗାଇ ଥିଲେ। ଏହି ମୋବାଇଲ ପାଇଁ ସେ ନିଜର କ୍ରେଡଟି କାର୍ଡ ୧୧ହଜାର ଟଙ୍କା ପୈଠ କରିଥିଲେ। ତେବେ ଅରୁଣଙ୍କ ଅଭିଯୋଗ କ୍ରମେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର