ଭଲ ପାଇ ଘର ଲୋକଙ୍କୁ ନ ଜଣାଇ ବିବାହ କରିଥିଲେ ପ୍ରେମୀଯୁଗଳ,କିନ୍ତୁ ପରେ ଜୋର ଜବରଦସ୍ତି ମୋତେ ବିବାହ କରିଛନ୍ତି ବୋଲି କହିଲା ପ୍ରେମିକା, ତା’ ପରେ ପ୍ରେମିକ ନେଲା ଏଭଳି ପଦକ୍ଷେପ…
ଚେନ୍ନାଇ: ଭାରତରେ ପ୍ରତିବର୍ଷ ଆତ୍ମହତ୍ୟା ଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳିଥାଏ । ପରୀକ୍ଷା ଫଳକୁ ନେଇ, ହୋଇଥିବା ଗମ୍ଭୀର ରୋଗକୁ ନେଇ ବା ବିବାହରେ ବିଫଳ ହେବା ପରେ ଲୋକାମାନେ ଆତ୍ମହତ୍ୟା କରୁଥିବା ଦେଖା ଯାଇଥାଏ । ପ୍ରତିବର୍ଷ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଚେନ୍ନାଇର ଜଣେ ଯୁବକ ସେଭଳି କିଛି ପଦକ୍ଷେପ ନେଇଛନ୍ତି । ବିବାହ ପରେ ସ୍ତ୍ରୀ ମିଥ୍ୟା ଆରୋପ ଲଗାଇବାରୁ ଯୁବକ ଜଣଙ୍କ ଫେସ୍ବୁକ୍ରେ ଲାଇଭ୍ କରି ଆତ୍ମହତ୍ୟାର ଉଦ୍ୟମ କରିଥିଲେ । କିନ୍ତୁ ଭିଡିଓ ଦେଖି ଯୁବକଙ୍କ ସାଙ୍ଗ ଠିକ୍ ସମୟରେ ପହଞ୍ଚି ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପୀଡ଼ିତ ସଜିନ୍ ଜଣେ ଇଞ୍ଜିନିୟରିଂ ପଢ଼ୁଥିବା ଛାତ୍ରୀଙ୍କୁ ଭଲ ପାଇ ବସିଥିଲେ । ଦୁହେଁ ପରସ୍ପରକୁ ଭଲ ପାଇବା ସହ ଘରେ କାହାକୁ ନ ଜଣାଇ ବିବାହ କରି ନେଇଥିଲେ । କିଛି ଦିନ ଠିକ୍ ଚାଲିବା ପରେ ଥରେ ସଜିନ୍ ନିଜ ପ୍ରେମିକାଙ୍କୁ ପତ୍ନୀ ବୋଲି ସମ୍ବୋଧନ କରି ମେସେଜ ପଠାଇଥିଲେ । ଯାହାକୁ ପ୍ରେମିକାଙ୍କ ପରିବାର ଲୋକେ ଦେଖି ନେବା ସହ ତାଙ୍କର ଘର ବାହାରକୁ ଯିବା ବନ୍ଦ କରି ଦେଇଥିଲେ । ଏହା ଜାଣି ସଜିନ୍ ପ୍ରେମିକାଙ୍କ ପରିବାର ଲୋକଙ୍କ ବିରୋଧ ପିଟିସନ ଦାୟର କରି ତାଙ୍କୁ ନିଜ ପାଖକୁ ଆଣିବା ପାଇଁ ଭାବିଥିଲେ । କିନ୍ତୁ ଶୁଣାଣି ସମୟରେ ସଜିନ୍ ମୋତେ ବିବାହ ପାଇଁ ବାଧ୍ୟ କରିଥିଲେ ବୋଲି କହିଥିଲେ ସଜିନ୍ଙ୍କ ପ୍ରେମିକା । ନିଜ ପ୍ରେମିକାର ଏଭଳି କଥା ଶୁଣି ସହି ନ ପାରି ସଜନ ଏପରି କରିଥିବା କହିଛନ୍ତି ।