ଯୌତୁକ ନିର୍ଯାତନା ମାମଲାର ସଠିକ୍ ଯାଞ୍ଚ ନକରିବା ହେତୁ ଡିଏସ୍ପି ସମେତ ୫ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ
କୁରୁକ୍ଷେତ୍ର: ଅବସରପ୍ରାପ୍ତ ସବ ଇନ୍ସପେକ୍ଟରଙ୍କ କନ୍ୟାକୁ ଶାଶୁଘର ଲୋକ ଯୌତୁକ ମାଗିବା ନେଇ ମାମଲାର ସଠିକ୍ ଯାଞ୍ଚ ନକରିବା ହେତୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍ପି ସମେତ ୫ଜଣ ପୁଲିସ କର୍ମଚାରୀ ଓ ସିଭିଲ୍ ହସ୍ପିଟାଲର ଚିକିତ୍ସ୍ୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ହୋଇଛି କି ଅବସରପ୍ରାପ୍ତ ସବ ଇନ୍ସପେକ୍ଟର ଚାନନ ରାମଙ୍କ କନ୍ୟା ମଞ୍ଜୁବାଲା ୨୦୧୮ରେ ପୁଲିସ ଥାନାରେ ସ୍ୱାମୀ ସମେତ ଶାଶୁଘରର ପାଞ୍ଚଜଣ ଲୋକଙ୍କ ବିରୋଧରେ ମାରପିଟ ଓ ଯୌତୁକ ମାଗିବା ନେଇ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ପୁଲିସ ରାଜକୁମାରକୁ ଅଭିଯୁକ୍ତ କହି ଅନ୍ୟମାନଙ୍କୁ ଏହି କେସ୍ରୁ ବାହାର କରି ଦେଇଥିଲା।
ପୁଣି ଏପ୍ରିଲ ୩୦ରେ ମଞ୍ଜୁବାଲା ମାମଲା ରୁଜୁ କରିବାର କିଛି ଦିନ ପରେ ସୌଦାଗରନ ମୋହଲ୍ଲାସ୍ଥିତ ତାଙ୍କ ଶ୍ୱଶୁରଙ୍କ ମୃତ୍ୟୁ ହୋଇଯାଇଥିଲା। ସେଠାରେ ତାଙ୍କ ସ୍ୱାମୀ ସହିତ କିଛିଲୋକ ମାରପିଟ ବି କରିଥିଲେ। ଏହାପରେ ସେ ୧୧ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ପୁଲିସ ସ୍ୱାମୀ ରାଜକୁମାର ଓ ତାର ଭିଣୋଇକୁ ଗିରଫ କରିଥିଲା। ଏହାପରେ ଅନ୍ୟମାନଙ୍କୁ କେସ୍ରୁ ବାହାର କରି ଦେଇଥିଲା।
ଅକ୍ଟୋବର ୨୨ରେ ଶପଥ ପତ୍ର ଦେଇଥିଲେ। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ମହିଳା ଶେଷରେ କୋର୍ଟଙ୍କ ଆଶ୍ରୟ ନେଇଥିଲେ। କୋର୍ଟଙ୍କ ଆଦେଶ କ୍ରମେ ଡିଏସ୍ପି ରାଜ ସିଂହ, ସିଟି ଥାନା ସବ୍ଇନ୍ସପେକ୍ଟର ପ୍ରତୀକ ସିଂହ ଓ ଜସପାଲ ସିଂହ। କ୍ରିଷ୍ଣା ଗେଟ୍ ଚୌକି ଇନ୍ଚାର୍ଜ ସେବା ସିଂହ, ଜୋତିସାର ଚୌକି ଇନ୍ଚାର୍ଜ ସାହିବ ସିଂହ, ଏଏସ୍ଆଇ ରାଜକୁମାର ଓ ସିଭିଲ୍ ହସ୍ପିଟାଲର ଡାକ୍ତର ଦିନେଶଙ୍କ ବିରୋଧରେ ଧାରା ୧୬୬, ୧୬୭, ୨୧୭ରେ ମାମଲା ରୁଜୁ କରାଯାଇଛି।