ଗ୍ୟାଙ୍ଗ୍ ଲିଡରଙ୍କ ଡ଼ାକ୍ତର ହେବା ସ୍ୱପ୍ନକୁ ପୂରା କରିବା ପାଇଁ ୪ବର୍ଷ ହେଲା କାର୍ ଚୋରି କରୁଥିଲେ ୪ ଚୋର
ନୂଆଦିଲ୍ଲୀ : ଗ୍ୟାଙ୍ଗ ଲିଡରର ଡ଼ାକ୍ତର ହେବାର ସ୍ୱପ୍ନକୁ ପୂରା କରିବା ପାଇଁ ୪ ବର୍ଷ ଧରି କାର୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ୪ ଜଣଙ୍କ ମଧ୍ୟରୁ ଗ୍ୟାଙ୍ଗ୍ର ମୁଖ୍ୟ ଜଣେ ଡ଼ାକ୍ତର ହେବାକୁ ଚାହୁଁଥିବା ବେଳେ ପଢ଼ିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା । ଯେଉଁଥି ପାଇଁ ସେ ନିଜର ୩ଜଣ ସାହଯୋଗୀଙ୍କ ସହ ମିଶି ୪ ବର୍ଷ ପୂର୍ବରୁ କାର ଚୋରି ଆରମ୍ଭ କରିଥିଲେ । ୪ ବର୍ଷ ମଧ୍ୟରେ ସେମାନେ ୧୦୦ରୁ ଊର୍ଦ୍ଧ୍ୱକାର୍ ଚୋରି କରି ସାରିଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ହେଲେ ବ୍ରହମ୍ ସିଂ(୪୦),ଦିନେଶ କୁମାର(୪୪),ମୁକିମ୍(୨୩) ଏବଂ ଅଶୋକ(୨୫)। ଗିରଫ ବେଳେ ପୁଲିସ ପ୍ରାୟ ୨୧ଟି ଚୋରା ଗାଡ଼ି ଜବତ କରିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଡ଼ିସିପି ଶିବେଶ ସିଂ ଦେଇଥିବା ସୂଚନା ମୁତାବକ, ମେ ୩ରେ ବ୍ରହମ୍ ସିଂ ଏକ ଚୋରା ଗାଡ଼ିକୁ ଦ୍ୱରକାରେ ଥିବା ଏକ ଗୋଡ଼ାଉନ୍କୁ ବିକିବା ପାଇଁ ଆସିଥିବାର ପୁଲିସକୁ ଖବର ମିଳିଥିଲା । ସେଠାରେ ତଦନ୍ତ ପାଇଁ ପୁଲିସ ପହଞ୍ଚିବା ପରେ ବ୍ରହମ୍ ସିଂ ବାହାନା ବନାଇ ପୁଲିସକୁ ମିଛ କାହାଣୀ ଶୁଣାଇଥିଲା । କିନ୍ତୁ ଏତେ ଭଲ ଅବସ୍ଥାରେ ଥିବା ଗାଡ଼ିକୁ ବିକ୍ରି କ’ଣ ପାଇଁ କରାଯାଉଛି ବୋଲି ପଚାରିଥିଲା ପୁଲିସ୍ । ଅଧିକ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଦିନେଶ କୁମାରଙ୍କ ଡ଼ାକ୍ତର ହେବାର ସ୍ୱପ୍ନକୁ ପୂରା କରିବା ପାଇଁ ସେମାନେ ଏପରି କରୁଥିଲେ ବୋଲି ସ୍ୱୀକାର କରିବା ସହ ଅଲିଗଡ଼,ବୁଲନ୍ଦସହର୍ ଏବଂ ନୋଏଡ଼ାରେ ଚୋରା ଗାଡ଼ିକୁ ବିକ୍ରି କରୁଥିଲେ ବୋଲି ସ୍ୱୀକାର କରିଥିଲେ ।