ଝିଅକୁ ପ୍ରେମ କରୁଥିବା ଏକାଦଶ ଶ୍ରେଣୀ ତରୁଣଙ୍କ ଯୌନାଙ୍ଗ କଇଁଚିରେ ଛେଦନ କଲେ ବାପା ଓ ଭାଇ

ଗୋରଖପୁର: ଝିଅ ସହ ଅତି ଅଶୋଭନୀୟ ଅବସ୍ଥାରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ଦେଖିବା ପରେ ତାକୁ ମାରଧର କରି କଇଁଚି ଦ୍ୱାରା ତା’ର ଲିଙ୍ଗ କାଟି ପକାଇବା କାରଣରୁ ଜଣେ ବ୍ୟକ୍ତି ଏବଂ ତାଙ୍କର ଦୁଇ ପୁଅଙ୍କୁ ବୁଧବାର ଦିନ ଗିରଫ କରାଯାଇଛି।

ଛାତ୍ରଟିର ଅବସ୍ଥା ସାଙ୍ଘାତିକ ହୋଇଥିବା କାରଣରୁ ତାଙ୍କୁ ଲକ୍ଷ୍ନୌସ୍ଥିତ ସଂଜୟ ଗାନ୍ଧୀ ପୋଷ୍ଟ୍‍ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌କୁ ରେଫର୍‌ କରାଯାଇଛି। ପୁଲିସ ରିପୋର୍ଟ ଅନୁସାରେ, ଝିଅର ବାପା ଖାଜନିନିବାସୀ ଗୁଡ୍ଡୁ ନିଶାଦ ନିଜ ଘରେ ସୋମବାର ରାତିରେ ଅତି ଅଶୋଭନୀୟ ଅବସ୍ଥାରେ ଝିଅକୁ ମହୁଆ ଡାବର ଗାଁ’ର ତରୁଣ ଦୀପଚାନ୍ଦ ଗୁପ୍ତଙ୍କ ସାଙ୍ଗରେ ଦେଖିଥିଲେ।

ରାଗରେ ନିଶାଦ ଏବଂ ତାଙ୍କର ଦୁଇ ପୁଅ ସନ୍ଦୀପ ଏବଂ ପ୍ରଦୀପ ଦୀପଚାନ୍ଦକୁ ବାଡ଼ାପିଟା କରିବା ସହ ତାଙ୍କର ଲିଙ୍ଗ ଛେଦନ କରି ପକାଇଥିଲେ। ପୁଲିସକୁ ଘଟନା ସମ୍ପର୍କରେ ସୂଚନା ଦିଆଯିବାରୁ ସେମାନେ ବାବା ରାଘବ ଦାସ ମେଡିକାଲ୍‌ କଲେଜ୍‌ ଧାଇଁ ଯାଇ ଆହତ ତରୁଣଙ୍କୁ ଭେଟିଥିଲେ।
ଆଇପିସି ଧାରା ୩୨୩ ଏବଂ ୩୨୬ ଆଧାରରେ ପୁଲିସ ଗୁଡ୍ଡୁ, ସନ୍ଦୀପ ଏବଂ ପ୍ରଦୀପଙ୍କ ନାଁ’ରେ ମାମଲା ରୁଜୁ କରିଛି।

ଖାଜନି ଥାନା ଇନ୍‌-ଚାର୍ଜ ମନୋଜ ରାୟ କହନ୍ତି: ଲହୁଲୁହାଣ ହୋଇ ପୀଡ଼ିତ ଆର୍ତ୍ତ ଚିତ୍କାର କରୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟନାସ୍ଥଳରୁ ଅପରାଧରେ ବ୍ୟବହୃତ କଇଁଚିଟିକୁ ମଧ୍ୟ ଉଦ୍ଧାର କରାଯାଇଛି।

ଖବର ମିଳିଛି ଯେ ଝିଅଟି ମଧ୍ୟ ଏକାଦଶରେ ପଢ଼େ, କିନ୍ତୁ ଅନ୍ୟ ଏକ ସ୍କୁଲ୍‌ରେ। ଦୁହିଁଙ୍କର ଦୀର୍ଘ ଦିନ ହେବ ସ୍ନେହ ସମ୍ପର୍କ ଥିବାରୁ ଉଭୟ ସବୁବେଳେ ଫୋନ୍‌ରେ କଥାବାର୍ତ୍ତା ହୁଅନ୍ତି। ଝିଅଘର ଲୋକେ ସେମାନଙ୍କ ସମ୍ପର୍କକୁ ବିରୋଧ କରନ୍ତି। ପୂର୍ବରୁ ବହୁଥର ତରୁଣଙ୍କୁ ବହୁବାର ଚେତାବନୀ ଶୁଣାଇଥିଲେ ମଧ୍ୟ ଦୁହେଁ ପରସ୍ପରକୁ ଭେଟୁଥିଲେ।

ସମ୍ବନ୍ଧିତ ଖବର