ପାଟି କରୁଥିଲେ ବୋଲି ଦୁଇ ଛାତ୍ରଙ୍କ ମୁହଁରେ ସେଲୋଟେପ୍‌ ଲଗାଇଦେଲେ ଶିକ୍ଷୟିତ୍ରୀ!

ନୂଆଦିଲ୍ଲୀ: ଗୁରୁଗ୍ରାମର ଏକ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ନିଷ୍ଠୁର ପଣିଆର ଏକ ଉଦାହରଣ ଦେଖିବାକୁ ମିଳିଛି। ଛୋଟଛୋଟ ପିଲାଙ୍କ ଲାଗି ଉର୍ଦ୍ଦିଷ୍ଟ ଏକ ଘରୋଇ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଶ୍ରେଣୀରେ ପାଟି କରୁଥିବା ପିଲାଙ୍କୁ ଚୁପ୍‌ କରାଇବା ଲାଗି ସେମାନଙ୍କ ପାଟିରେ ସେଲୋଟେପ୍‌ ମାରିଦେବା ଦେଖିବାକୁ ମିଳିଛି।
ଏଲକେଜି ଶ୍ରେଣୀର ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଚୁପ୍‌ କରାଇବା ଲାଗି ଏପରି ବିରକ୍ତ ହୋଇ ଏପରି କାଣ୍ଡ ଘଟାଇଥିବା ଶିକ୍ଷୟିତ୍ରୀଙ୍କୁ ସ୍କୁଲ୍‌ ନିଲମ୍ବିତ କରିଛି।
ସୋସିଆଲ୍‌ ମିଡିଆରେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଭିଡ଼ିଓ ଭାଇରାଲ୍‌ ହୋଇଛି। ଏହି ଭିଡ଼ିଓରେ ଶିକ୍ଷୟିତ୍ରୀ ଜଣେ ଛାତ୍ର ଓ ଜଣେ ଛାତ୍ରୀ ମୁହଁରେ ସେଲୋଟେପ୍‌ ଲଗାଇ ଦେବା ସ୍ପଷ୍ଟ ଦେଖିବାକୁ ମିଳିଛି। ଏହି ଘଟଣାପରେ ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କ ଏପରି ଆଚରଣ ବିରୋଧରେ ଅଭିଯୋଗ କରିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର